ବାଣିଜ୍ୟ ପରିବହନ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା ବିଭନ୍ନ ପ୍ରକଳ୍ପର ଉଦଘାଟନ

0
180

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୯/୧୨) : ମାନ୍ୟବର ବାଣିଜ୍ୟ ପରିବହନ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିନିକା ଗସ୍ତରେ ଆସି ପ୍ରସିଦ୍ଧ ଶୈବପୀଠ ଚରଦାକୁ ଯାଇଥିବା ରାସ୍ତା ର ଚୌକିଯୋର ଛକରେ ନିର୍ମାଣାଧୀନ କପିଳେଶ୍ଵର ଗେଟ କୁ ଉଦଘାଟନ କରିଥିଲେ ।83977dd6 72c9 4764 abca 54b9d15f721d ବାଣିଜ୍ୟ ପରିବହନ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା ବିଭନ୍ନ ପ୍ରକଳ୍ପର ଉଦଘାଟନ

ପରେ ମନ୍ଦିର ପରିସରରେ କଲ୍ୟାଣ ମଣ୍ଡପ, ଶୌଚାଳୟ, ଲାଇବ୍ରେରୀ ହଲ ଏବଂ ଫୁଲମୁଠି-ଶଙ୍କରା ରାସ୍ତାରେ ନିର୍ମାଣାଧୀନ ଗେଟକୁ ବାଣିଜ୍ୟ ପରିବହନ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ଉଦଘାଟନ କରିଥିଲେ । ସେହିପରି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୫ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିନିକା ବିଡ଼ିଓ ବ୍ୟାସଦେବ ବେହେରା, ବ୍ଳକ ଅଧ୍ୟକ୍ଷ ଅଶୋକ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ପଣ୍ଡା, ବିଜେଡ଼ି ସଭାପତି ଦ୍ବାରିକାନାଥ ସାହୁ, ସମିତି ସଭ୍ୟା ବୃନ୍ଦାବତି ନାଏକ, ସରପଞ୍ଚ ସଦାନନ୍ଦ ଥନାପତି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୀତାଞ୍ଜଳି ରଥ, ଅଭିଷେକ ମିଶ୍ର, ଦିଲ୍ଲୀପ ପଣ୍ଡା, ରଞ୍ଜନ ସ୍ବାଇଁ, ଧର୍ମରାଜ ପଣ୍ଡା, ଧର୍ମେନ୍ଦ୍ର ଥନାପତି, ବିନୋଦ ବିହାରୀ ନାଏକ, କୃଷ ଚନ୍ଦ୍ର ପଣ୍ଡା, ରଙ୍କମଣୀ ସେବକ ପ୍ରମୁଖଙ୍କ ସମେତ ବହୁ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ ।