ବିନିକା ନିକଟସ୍ଥ ଘଣ୍ଟାଶିନୀ ଜଙ୍ଗଳରେ ହାତୀପଳ : ଲୋକେ ଭୟଭୀତ

0
155

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୯/୧୨) : ବିନିକା ନିକଟସ୍ଥ ମା ଘଣ୍ଟାଶିନୀ (ପାହାଡ଼) ଜଙ୍ଗଳ କୁ ଗତକାଲି ବିଳମ୍ବିତ ରାତିରେ ହାତୀପଳ ଆସି ଯାଇଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି ।903c823b 43aa 4a21 aec0 83c1cda1c607 ବିନିକା ନିକଟସ୍ଥ ଘଣ୍ଟାଶିନୀ ଜଙ୍ଗଳରେ ହାତୀପଳ : ଲୋକେ ଭୟଭୀତ

ଉଲୁଣ୍ଡାପଟ ରୁ ମହାନଦୀ ପାର ହୋଇ ବିନିକା ନିକଟସ୍ଥ ଅଞ୍ଚଳ କୁ ହାତୀପଳ ଆସି ବ୍ୟାପକ ଧାନ ଫସଲ ଓ (ତଳି) ପହ୍ଲା ଘାରି ନଷ୍ଟ କରି ପୁଣି ମହାନଦୀ ଆର ପଟକୁ ଚାଲି ଯାଉଥିଲେ । ହେଲେ ଗତକାଲି ରାତିରେ ପ୍ରଥମ କରି ଘଣ୍ଟାଶିନୀ ଜଙ୍ଗଳ କୁ ହାତୀ ଆସି ଯାଇଥିବାରୁ ବିନିକା ସହର ସମେତ ଜଙ୍ଗଳ ନିକଟବର୍ତ୍ତୀ ରହୁଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି | ହାତୀ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହେଉଥିବା ବେଳେ ବନ ବିଭାଗ ହାତୀ ମାନଙ୍କର ଗତିଵିଧି ଉପରେ ନଜର ରଖିଛି । ଖବର ଲେଖାହେବା ପର୍ଯ୍ୟନ୍ତ ହାତୀପଳ ଜଙ୍ଗଳ ଉପରେ ରହିଥିବା ସୂଚନା ମିଳିଛି ।