ଆଇ. ଆଇ. ସି. ତପସ୍ୱିନୀ କଁଅରଙ୍କ ଡି. ଏସ. ପି. ପାହ୍ୟାକୁ ପଦୋନ୍ନତି

0
398

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୯/୧୨) : ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୪୬୨୮୮ ତା.୨୮/୧୨/୨୦୨୧ ରେ ରାଜ୍ୟ ପୋଲିସ ବିଭାଗ ର କାର୍ଯ୍ୟରତ ୫୯ ଜଣ ଇନ୍ସପେକ୍ଟର ଡି. ଏସ. ପି. ପାହ୍ୟାକୁ ପଦୋନ୍ନତି ପାଇଛନ୍ତି l ଆଇ. ଆଇ. ସି. ତପସ୍ୱିନୀ କଁଅରଙ୍କ ଡି. ଏସ. ପି. ପାହ୍ୟାକୁ ପଦୋନ୍ନତି l

ପ୍ରକାଶିତ ତାଲିକାରେ ବୌଦ୍ଧ ଆଦର୍ଶ ଥାନା ଆଇ. ଆଇ. ସି. ତପସ୍ବିନୀ କଁଅରଙ୍କ ପଦୋନ୍ନତି ପରେ ମାଡାମଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରଶସଂକଙ୍କ ସୁଅ ଛୁଟୁଛି l ତପସ୍ବୀନି କଁଅର ୩୧/୭/୨୦୧୦- ୪/୮/୨୦୧୦ ପର୍ଯ୍ୟନ୍ତ, ୧୦/୨/୨୦୧୧ ରୁ ୨୩./୫/୨୦୧୧ ରିଖ ପର୍ଯ୍ୟନ୍ତ ଏବଂ ୫/୧୦/୨୦୧୮ ରୁ ଅଦ୍ୟାବଧି ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି l ଅଦ୍ୟ ତା.୨୯/୧୨/୨୦୨୧ ରିଖ ଅପରାହ୍ନ ରେ ଆଇଆଇସି ତପସ୍ବିନୀ କଁଅର ଙ୍କୁ ସୌଜନ୍ୟମୂଳକ ସାକ୍ଷ୍ୟାତ କରି ଶୁଭେଚ୍ଛା ଜଣାଇଥିଲେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସୌଜନ୍ୟ ମୂଳକ ସାକ୍ଷାତ କରି ସୁଶ୍ରୀ କଅଁର ଙ୍କୁଶୁଭେଚ୍ଛା ଜଣାଇବା ସହଆଗାମୀ ନବବର୍ଷର ଅଭିନନ୍ଦନ ଜଣାଇଥିଲେ l