ଶ୍ରୀଲଷ୍ମୀବାସୁଦେବ ବୈଦିକ ପଣ୍ଡିତ ସଂଗଠନ ର ବୈଠକ

0
230

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୯/୧୨) : ବୌଦ୍ଧ ଜିଲ୍ଲା  ସଦର ବ୍ଲକ ମନୁପାଲି ବରକନିଆ ପୀଠ ନିକଟସ୍ଥ ବାବା ଲଛମନ ଦାସ ମଠ ଠାରେ ଜିଲ୍ଲା ଶ୍ରୀଲଷ୍ମୀବାସୁଦେବ ବୈଦିକ ପଣ୍ଡିତ ସଂଗଠନ ର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପଞ୍ଚରା ଅଞ୍ଚଳ ର କର୍ମକାଣ୍ଡି ପଣ୍ଡିତ ମାନେ ଯୋଗ ଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ପଞ୍ଚରା ର ବରିଷ୍ଠ ପଣ୍ଡିତ ବୁଦ୍ଧଦେବ ମିଶ୍ର, ଯଦୁମଣି ମିଶ୍ର, ରମେଶ ମିଶ୍ର, ଗଣେଷ ମିଶ୍ର, ଚିତ୍ତରଞ୍ଜନ ଦାଶ୍, ସନ୍ତୋଷ ଦାଶ୍ ଏବଂ ଅନ୍ୟ କିଛି ପଣ୍ଡିତ ଙ୍କୁ ନେଇ ଏଥିସହ ଆଗାମୀ ଦିନରେ ପଞ୍ଚରା ଅଞ୍ଚଳରେ ଶ୍ରୀଲଷ୍ମୀବାସୁଦେବ ବୈଦିକ ପଣ୍ଡିତ ସଂଗଠନ ର ଏକ ଶାଖା ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାଛଡା ଆଗାମୀ ଦିନରେ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପଞ୍ଚକୁଣ୍ଡି ଶ୍ରୀମହାରୁଦ୍ର ଯଜ୍ଞ ଅନୁଷ୍ଠିତ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକ ଶେଷ ହେବା ପରେ ପୂର୍ଣ୍ଣଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।