ବ୍ରଜରାଜନଗର ର ବିଧାୟକ କିଶୋର ମହାନ୍ତି ଆଉ ନାହାନ୍ତି

0
204

ରିପୋର୍ଟ : ପ୍ରଶାନ୍ତ ମାଝୀ //
ଭୁବନେଶ୍ୱର, (୩୦/୧୨) : ବ୍ରଜରାଜନଗର ର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଛି । ହୃଦଘାତରେ ଆକ୍ରାନ୍ତ ହୋଇ ସେ ଝାରସୁଗୁଡ଼ାରେ ଏକ ଘରୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି ।28oriHOTmohan ବ୍ରଜରାଜନଗର ର ବିଧାୟକ କିଶୋର ମହାନ୍ତି ଆଉ ନାହାନ୍ତି

ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ବ୍ରଜରାଜନଗର ର ବିଧାୟକ କିଶୋର ମହାନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେଡି ପାର୍ଟି ଅଫିସ୍‌ରେ ଥିଲେ । ଜଣେ ବନ୍ଧୁଙ୍କ ବିୟୋଗରେ ହୋଇଥିବା ଶୋକ ସଭାରେ ସେ ଯୋଗଦେଇଥିଲେ । ଶୋକସଭାରେ ବସିଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ କିଶୋର । ତେଣୁ ସେ ସଙ୍ଗେ ସଙ୍ଗେ ନିଜ ବାସଭବନକୁ ଚାଲି ଯାଇଥିଲେ । ଘରେ ପହଞ୍ଚିବା ପରେ ଛାତି ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି ।

କିଶୋର ମହାନ୍ତି ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଥିଲେ । ସେ ୩ ଥର ଝାରସୁଗୁଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ୨୦୦୯ ରୁ ୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ କିଶୋର । କିନ୍ତୁ ଗତ ସାଧାରଣ ନିର୍ବାଚନରେ ସେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ବିଜେପି ର ରାଧାରାଣୀ ପଣ୍ଡାଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ଶୋକ ର ଛାୟା ଖେଳି ଯାଇଛି ।