ହଜାରେ ଟଙ୍କା ପାଇଁ ଧାଡିରେ ଠିଆ ହୋଇ ବୃଦ୍ଧ ତଳେ ପଡି ଗୁରୁତର

0
274

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା(୩୦/୧୨) : ହଜାରେ ଟଙ୍କା ପାଇଁ ଧାଡିରେ ଠିଆ ହୋଇ ବୃଦ୍ଧ ତଳେ ପଡି ଗୁରୁତର । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ଦେଖିବା କୁ ମିଳିଛି । ରାଜ୍ୟ ସରକାର ସମସ୍ତ ରେସନ କାର୍ଡଧାରୀଙ୍କୁ କୋଭିଡ ସହାୟତା ପାଇଁ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ।

ଏହାକୁ ନେଇ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ମଧ୍ୟ ରେସନ କାର୍ଡଧାରୀ ଙ୍କୁ କୋଭିଡ ସହାୟତା ପଞ୍ଚାୟତ ଜରିଆରେ ବଣ୍ଟନ କରାଯାଉଛି । ଉକ୍ତ ବ୍ଲକର ସୁନାଖଣ୍ଡି ପଞ୍ଚାୟତର ରେସନ କାର୍ଡ ଧାରୀ ଙ୍କୁ ଏକ ହଜାର ଟଙ୍କା ଦେଉଥିବା ବେଳେ ହଜାରେ ଟଙ୍କା ପାଇଁ ଜଣେ ବୃଦ୍ଧ ବାରିକ କଟିଆ (୮୦) ଧାଡିରେ ଟିଆ ହୋଇଥିବା ବେଳେ ତଳେ ପଡି ଗୁରୁତ୍ୱ ର ହୋଇଥିଲା । ସେଠାରେ ଥିବା ଦୁଇ ଯୁବକ ଭରତ ବାରିଆ ଓ ଋଷି ବୈଶାଳୀ ସଙ୍ଗେ ସଙ୍ଗେ ବୃଦ୍ଧ ଙ୍କୁ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ ନିକଟସ୍ଥ ମାଝୀଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।

ସେଠାରେ କୌଣସି କର୍ମଚାରୀ ନ ଥିବାରୁ ପୁଣି କଲ୍ୟାଣସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଏଠାରେ ଚିକିତ୍ସା କରିବା ପରେ ବୃଦ୍ଧଙ୍କୁ ତାଙ୍କ ଘରେ ଛାଡିଥିଲେ । ଉକ୍ତ ବୃଦ୍ଧ ଟି ସୁନାଖଣ୍ଡି ଗାଁ ମାଳିସାହିର ପ୍ରାୟ ୩ କିମି ବାଟ ଚାଲି ଚାଲି ଯାଇ ଟଙ୍କା ପାଇଁ ଜଗନ୍ନାଥ ପୁର ପଞ୍ଚାୟତରେ ଖରା ରେ ଲମ୍ବା ଧାଡିରେ ଠିଆହୋଇ ରହିଥିଲେ । ବୃଦ୍ଧ ଙ୍କୁ ମୁହଁ ବୁଲାଇବାରୁ ଠିଆହୋଇ ଥିବା ସ୍ଥାନରେ ମୁଣ୍ଡ ପିଟି ପଡିଯାଇଥିଲେ । ହଜାର ଟଙ୍କା ପାଇଁ ବୃଦ୍ଧ ଙ୍କ ଏହିପରି ଘଟଣା ଘଟିଥିବା ଜଣାପଡିଛି ।