ରାସ୍ତାରେ ୨୦ ମିନିଟ୍ ଅଟକିଲା ପ୍ରଧାନମନ୍ତ୍ରୀଙ୍କ ଗାଡି : ଫିରୋଜପୁର ଏସଏସିପି ନିଲମ୍ବିତ

0
175
ରାସ୍ତାରେ ୨୦ ମିନିଟ୍

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୦୬/୦୧) : ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଅଭିଯୋଗରେ ଫିରୋଜପୁର ଏସଏସପି ଙ୍କୁ ନିଲମ୍ବିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫିରୋଜପୁରରେ ଏକ ମେଗା ରାଲିକୁ ସମ୍ବୋଧିତ କରିବାକୁ ଯାଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ଆସୁଥିବା ଜାଣି ସେଠିକାର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାସ୍ତାରେ ୨୦ ମିନିଟ୍ ଅଟକିଲା ପ୍ରଧାନମନ୍ତ୍ରୀଙ୍କ ଗାଡି ।

ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇଥିବା ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଢ଼ିଲା କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ଏକ ଫ୍ଲାଏ ଓଭରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ର୍କାକେଡ୍ ରାସ୍ତାରେ ୨୦ ମିନିଟ୍ ଫସି ରହିଥିଲା । ଏ ନେଇ ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଚିଠି ଲେଖି ଜବାବ ମଗାଯିବ ମାଗିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ଖିଲାପ ଏବଂ ଦାୟିତ୍ୱ ହୀନତା କୁ ନେଇ ରିପୋର୍ଟ ମାଗିଛି ଗୃହମନ୍ତ୍ରଣାଳୟ ।

ଆଜି ପ୍ରଧାନମନ୍ତ୍ରୀ କେତେକ ମେଗା ଉନ୍ନୟନ ପ୍ରକଳ୍ପ କାମ ର ଶୁଭାରମ୍ଭ ପାଇଁ ପଞ୍ଜାବ ଗସ୍ତରେ ଯାଇଥିଲେ । କିନ୍ତୁ ସେଠାରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଏକ ଫ୍ଲାଏ ଓଭରରେ ମୋଦିଙ୍କ ର୍କାକେଡ୍ ୧୫ ରୁ ୨୦ ମିନିଟ୍ ଫସି ରହିଥିଲା । ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଅଟକି ରହିବାରୁ କୌଣସି ଦୁର୍ଘଟଣା କୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ (ଏସପିଜି) ର୍କାକେଡ୍ କୁ କର୍ଡନ କରି ରଖିଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପଞ୍ଜାବ ସରକାର ଆବଶ୍ୟକ ସୁରକ୍ଷୀ କର୍ମୀ ଯୋଗାଇ ଦେଇ ନ ଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଏହି ଘଟଣାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଚନ୍ତି ଯେ, ପଞ୍ଜାବ ମୁଖମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଫୋନ୍ କଲ ଗ୍ରହଣ ପାଇଁ ମନା କରିବା ଅର୍ଥାତ ସେ ଘଟଣାର ସମାଧାନ ଚାହୁଁ ନାହାନ୍ତି । ପଞ୍ଜାବ ସରକାରଙ୍କ ଏହି କୌଶଳ ଦୁଃଖଦାୟକ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ପଞ୍ଜାବ ସରାରକଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା ।

ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ତା ରାଜ୍ୟ ର ଦାୟିତ୍ୱ । ସେହିପରି କୌଣସି ପରିସ୍ଥିତିରେ ରାଜ୍ୟ ପକ୍ଷରୁ ଜରୁରୀ ପଦକ୍ଷେପ ନିଆଯିବା କଥା । କଣ୍ଟଜେନ୍ସି ପ୍ଲାନ୍ ଅନୁଯାୟୀ ରାଜ୍ୟ ସରକାର ଅଧିକ ସୁରକ୍ଷାବାହିନୀ ମୁତୟନ କରିବା କଥା । କିନ୍ତୁ ସଠାରେ ରାଜ୍ୟ ପକ୍ଷରୁ ସେଭଳି ପଦକ୍ଷେପ ନିଆଯାଇ ନ ଥିବା ଗୃହମନ୍ତ୍ରଣାଳାୟ କହିଛି । ଏହି ଘଟଣା କୁ ଗମ୍ଭୀରତା ର ସହ ନେଇଛି ଗୃହମନ୍ତ୍ରଣାଳୟ ।