-5.7 C
Innichen
Friday, January 21, 2022

ସଂକ୍ରମଣ ବଢିବ ହେଲେ ମାରାତ୍ମକ ହେବନି : ୭ ଦିନରେ ସୁସ୍ଥ ହେଉଛନ୍ତି ଓମିକ୍ରମ ସଂକ୍ରମିତ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୦୬/୦୧) : ସାରା ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ, ଏହା ପଛରେ ଓମିକ୍ରନ୍ ଭୁତାଣୁ ରହିଥିବା କୁହାଯାଉଛି । ତେବେ ଓମିକ୍ରନ କୁ ନେଇ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ତାହାହେଲା ସଂକ୍ରମଣ ବଢିବ ହେଲେ ମାରାତ୍ମକ ହେବନି, ଓମିକ୍ରନ୍ ଯେଉଁ ବେଗରେ ବ୍ୟାପୁଛି ସେହି ବେଗରେ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି । 

ଦିଲ୍ଲୀ ର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ୧୦୫ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ନେଇ ଗବେଷଣା କରାଯାଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ, ସପ୍ତାହେ ଭିତରେ ସୁସ୍ଥ ହେଉଛନ୍ତି ଓମିକ୍ରନ୍ ଆକ୍ରାନ୍ତ । ଡେଲ୍ଟା ଭୂତାଣୁ ଅପେକ୍ଷା ଓମିକ୍ରନ ଭୁତାଣୁ ଦ୍ୱାରା ଆକ୍ରାନ୍ତ, ଶୀଘ୍ର ସୁସ୍ଥ ହେଉଥିବା ଏହି ଅଧ୍ୟୟନ ରୁ ଜଣାପଡିଛି । ଏଣୁ ସଂକ୍ରମଣ ବଢିବ ହେଲେ ମାରାତ୍ମକ ହେବନି ।

ଏହି ଗବେଷଣାରେ ୭ ଜଣ ଶିଶୁଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ୬୫ ଜଣ ପୁରୁଷ ଓ ୩୩ ଜଣ ମହିଳାଙ୍କୁ ନେଇ ଏହି ଗବେଷଣା ହୋଇଥିଲା । ସବୁଠାରୁ ବଡକଥା ହେଉଛି ଏମାନଙ୍କ ଭିତରେ ୧୪ ଜଣଙ୍କର ଅନ୍ୟାନ୍ୟ ରୋଗ ବି ରହିଥିଲା । ୭ ଜଣଙ୍କର ବ୍ଲଡପ୍ରେସର ଓ ୬ ଜଣଙ୍କର ଡାଏବେଟିସ ଥିବାବେଲେ ଜଣଙ୍କ ଠାରେ ଟିବି ରୋଗ ରହିଥିଲା ।

୧୦୫ ‘ଓମିକ୍ରନ୍’ ଆକ୍ରାନ୍ତଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ୭ ଦିନରେ ଆରଟିପିସିଆର ଟେଷ୍ଟରେ ୯୨% ନେଗେଟିଭ ଚିହ୍ନଟ ହୋଇଛନ୍ତି । କରୋନା ସହ ଟିବି ଥିବା ଜଣେ ବ୍ୟକ୍ତି ଅଧିକ ଦିନ ହସ୍ପିଟାଲରେ ରହିଲେ । ୫% ଆକ୍ରାନ୍ତଙ୍କ ସାମନ୍ୟ ଜ୍ୱର ଓ ମାଂସପେଶୀରେ କଷ୍ଟ ଅନୁଭବ କରୁଥିଲେ । ୮% ଆକ୍ରାନ୍ତ ଦୁର୍ବଳ ଓ ଥକା ଅନୁଭବ କରିବା ସହ ଖାଇବାକୁ ଇଚ୍ଛା କରୁ ନ ଥିଲେ । ୨ ଜଣ ଶିଶୁଙ୍କ ପେଟରେ ଯନ୍ତ୍ରଣା ଓ ଡାଇରିଆ ଭଳି ଲକ୍ଷଣ ରହିଥିଲା ବୋଲି ଗବେଷଣାରୁ ଜଣାପଡିଛି ।

Related Articles

Stay Connected

0FansLike
3,122FollowersFollow
19,100SubscribersSubscribe
- Advertisement -spot_img

Latest Articles