୯ ବର୍ଷର ନାବାଳିକାକୁ ବଳତ୍କାର ଅଭିଯୋଗ : ଅଭିଯୁକ୍ତକୁ ପୋଲିସ ପକ୍ଷରୁ ପଚରା ଉଚରା ଜାରି

0
154

ରିପୋର୍ଟ : ଯୁବରାଜ ଜଗତ
ନବରଙ୍ଗପୁର,ଚନ୍ଦାହାଣ୍ଡି,(୨୩/୭) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ ଜମାଦାର ପଡା ପଞ୍ଚାୟତର ବେଲପାଟି ଗ୍ରାମରେ ଜଣେ ୯ ବର୍ଷର ନାବାଳିକାକୁ ବଳତ୍କାର ଅଭିଯୋଗ |

ଗତ ୨୧ ତାରିଖ ବୁଧବାର ଦିନ ଘରେ ନିଜର ୪ ବର୍ଷର ସାନ ଭଉଣୀ ସହ ଘରେ ରୋଷେଇ ପାଇଁ ଚାଉଳ ବାଛୁଥିବା ସମୟରେ ଗୋରଖାବନ୍ଦ ସାହିର ନୀଳ ଠେଲା (୨୪) ନାମକ ଜଣେ ଯୁବକ ବଳ ପୂର୍ବକ ଘରେ ପଶି ୯ ବର୍ଷର ନାବାଳିକାକୁ ବଳତ୍କାର କରି ଥିବା ନେଇ ନାବାଳିକାର ବାପା ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।

ନାବାଳିକାଙ୍କ ବାପାଙ୍କ ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି କେସ ନଂ ୯୩/୨୧ ନୁସାରେ ଏକମାମଲ ରୁଜୁ କରି ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚରା କରୁଥିବା ଚନ୍ଦାହାଣ୍ଡି ଥାନାଧିକାରୀ ପ୍ରମାନନ୍ଦ ସୁନାନି ପ୍ରକାଶ କରିଛନ୍ତି । ତଦନ୍ତ ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବା ଲାଗି ବିଭିନ୍ନ ମହଲରୁ ଦାବି କରାଯାଇଛି ।

ନାବାଳିକାର ପରିବାର ଲୋକେ କହିବାନୁସାରେ ଗୋରଖାବନ୍ଦ ସାହିର ନୀଳ ଠେଲା ଗତ ବୁଧବାର ଦିନ ଅପରାନ୍ନ ୩ ଟା ସମୟରେ ପାଖ ପଡିଆରେ ଗାଈ ବଳଦ ଚରାଉ ଥିଲା । ନାବାଳିକାର ବାପା ରାଜ ମିସ୍ତ୍ରୀ କାମ କରିବାକୁ ବାହାରକୁ ଯାଇଥିବା ବେଳେ ମା ପାଖ ଜମିକୁ ଧାନ ରୋଇବାକୁ ଯାଇଥିଲେ । ରାତି ଭୋଜନ ରୋଷେଇ ପାଇଁ ନାବାଳିକା ନିଜ ୪ ବର୍ଷର ଭଉଣୀ ସହ ଚାଉଳ ବାଛୁ ଥିଲା । ଘରେ ନାବାଳିକାର ବାପା ମା ନଥିବାର ସୁଯୋଗ ନେଇ ନୀଳ ଠେଲା ଘରକୁ ଜୋରଜବରଦସ୍ତ ପଶି ଯାଇ ନାବାଳିକାକୁ ଘର ଭିତରକୁ ଟାଣି ନେଇ ଦୁଷ୍କର୍ମ କରିଥିଲା ।

ନାବାଳିକା ପାଖ ବିଲରେ କାମ କରୁଥିବା ମାଙ୍କ ପାଖକୁ ଦୌଡି ଯାଇ ସବୁକଥା କହିବାରୁ ପରିବାର ଲୋକେ ଗ୍ରାମର ଭଦ୍ର ବ୍ୟକ୍ତିଙ୍କୁ ଜଣାଇବା ସହ ଗ୍ରାମରେ ଏକ ବୈଠକ ବସି ସମାଧାନ ପାଇଁ ଚେଷ୍ଟା କରି ଥିଲେ |

ସେଠାରେ ସମାଧାନ ନହେବାରୁ ଗୁରୁବାର ଦିନ ପୀଡ଼ିତା ନାବାଳିକାକୁ ଧରି ନ୍ୟାୟ ପାଇଁ ଚନ୍ଦହାଣ୍ଡି ଥାନାକୁ ଆସି ଅଭିଯୁକ୍ତ ନାମରେ ଏକ ଲିଖିତ ଅଭିଯୋଗ କରିବାରୁ ଥାନାଧିକାରୀ ପ୍ରମାନନ୍ଦ ସୁନାନି ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚରା କରାଯାଉଥିବା ଜଣା ଯାଇଛି l