ମହିଳା ଙ୍କୁ ହତ୍ୟା କରି ମୋବାଇଲ ନେଇ ଫେରାର ଅଭିଯୋଗ : ଘରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର

0
159

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ, ତା(୨୪/୦୭) : ଟିଟିଲାଗଡ ୱାର୍ଡ ନଂ-୧୪ ରେ ଜଣେ ମହିଳା ଙ୍କ ଘରେ ପଶି ଗତ ରାତିରେ କେହି ମହିଳା ଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ ଟିଟିଲାଗଡ ୱାର୍ଡ ନଂ-୧୪ ରେ ଗତ ଚାରି ବର୍ଷ ଧରି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥ ପୁର ରୁ ଗୁଣନିଧି ଡାକୁଆ ତାଙ୍କ ସ୍ତ୍ରୀ ଲିଜା ଡାକୁଆ ଆସି ବିଭୁତି ଦଳେଇ ଙ୍କ ଘରେ ଭଡ଼ା ରେ ରହୁଥିଲେ । ଗତ ଶୁକ୍ରବାର ଅପରାହ୍ନ ସମୟରେ ମୃତା ଲିଜା ଡାକୁଆ(୨୭) ସାଇ ରେ ଚଳ ପ୍ରଚାଳ ସ୍ୱାଭାବିକ ଭାବରେ କରୁଥିବା ବେଳେ ଆଜି ସକାଳ ପ୍ରାୟ ଛଟା ସମୟରେ ଘର ମାଲିକ କବାଟ ଖୋଲା ଥିବା ଦେଖି ଡାକିଥିଲେ କିନ୍ତୁ କିଛି ଉତ୍ତର ନ ଶୁଣି ତାଙ୍କ ସ୍ତ୍ରୀ ସହ ପଶି ମହିଳା ଙ୍କୁ ମୃତ ଅବସ୍ଥାରେ ପଡିଥିବା ଦେଖି ଟିଟିଲାଗଡ ଥାନା ରେ ସୂଚନା ଦେଇଥିଲେ ।WhatsApp Image 2021 07 24 at 10.44.41 AM ମହିଳା ଙ୍କୁ ହତ୍ୟା କରି ମୋବାଇଲ ନେଇ ଫେରାର ଅଭିଯୋଗ : ଘରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର

ମୃତ ଲିଜା ଙ୍କ ସ୍ୱାମୀ ଗୁଣନିଧି ଡାକୁଆ ମୁନିଗୁଡା ଯାଇସେଠି ଅନ୍ୟ ଏକ ସ୍ତ୍ରୀ ସହ ରହୁଥିବା ବେଳେ ଲିଜା ଏକୁଟିଆ ରହୁଥିଲେ । ପାରିବାରିକ କଳହ ରହୁଥିବା ବେଳେ ଏଠି ଏକ ଗ୍ରୁପ ଲୋନ ମଧ୍ୟ ରହିଥିଲା । କଟକ ରେ ମୃତ ଲିଜା ଙ୍କ ମାଆ ଘର ହୋଇଥିବା ବେଳେ ପାରିପାର୍ଶ୍ଵିକ ଅବସ୍ଥା ଓ କବାଟ ଖୋଲା ଅବସ୍ଥାରୁ ସନ୍ଦେହ ସୃଷ୍ଟି ହେଉଛି ଯେ କେହି ଗତ ରାତି ରେ ଆସି ପୁଣି ଚାଲିଯାଇଛି ।

ମୃତ ଲିଜା ଙ୍କ ବ୍ୟବହାର କରୁଥିବା ମୋବାଇଲ ମଧ୍ୟ ତାଙ୍କ ନିକଟରେ ନ ଥିବା ଜଣାପଡ଼ିଛି । ସ୍ୱାମୀ ଗୁଣନିଧି ପ୍ରେମ ବିବାହ କରିଥିବା ବେଳେ ସେ ଅନ୍ୟ ଏକ ସ୍ତ୍ରୀ ମୁନିଗୁଡା ରେ ବିବାହ କରି ଥିବା ଓ ଏକ କନ୍ୟା ସନ୍ତାନ ଥିବା ବେଳେ ଏ ନେଇ ମୃତ ଲିଜା ଙ୍କୁ ସଠିକ ଭାବେ ଚଳିବା ଖର୍ଚ୍ଚ ଦେଉ ନ ଥିବା ଚର୍ଚ୍ଚା ହେଉଛି ।

କେହି ଜଣେ ଆସି ତାଙ୍କୁ ଘରେ ହତ୍ୟା କରିଦେଇ ଫେରାର ହୋଇଯାଇଥିବାରୁ କବାଟ ଖୋଲା ଥିବା ସନ୍ଦେହ ସୃଷ୍ଟି ହୋଇଛି । ବର୍ତ୍ତମାନ ତାଙ୍କ ସ୍ୱାମୀ ବସ ରେ ମୁନିଗୁଡା ରୁ ଆସୁଛି ବୋଲି ଫୋନ ରେ କହିଥିବା ପ୍ରକାଶ ପାଇଛି । ଏ ନେଇ ପୋଲିସ ସବିଶେଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବୀ ହୋଇଛି ।