ନବରଙ୍ଗପୁର ଜିଲ୍ଲା ରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଭାସ୍କର ରଇତଙ୍କ ଦାୟିତ୍ୱ ଗ୍ରହଣ

0
295

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର, (୧୩/୦୭) : ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ଭାସ୍କର ରଇତ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି, ନିକଟରେ ରାଜ୍ୟ ସରକାର ଶ୍ରୀ ରଇତଙ୍କୁ ଉପ ଜିଲ୍ଲାପାଳ ନବରଙ୍ଗପୁର ରୁ ପଦୋନ୍ନତି ଦେଇଥିଲେ ।

ଶ୍ରୀ ରଇତ ଜଣେ ମିଷ୍ଟଭାଷୀ, ଶାନ୍ତ ସରଳ, ପର ଉପକାରୀ ଏବଂ ଜଣେ ଉଦାର ମନା ବ୍ୟକ୍ତି ଭାବରେ ପରିଚିତ । ବର୍ତ୍ତମାନ ତାଙ୍କୁ ନବରଙ୍ଗପୁର ଜିଲ୍ଲା ରେ ଅତିରିକ୍ତ ଜିଲ୍ଲାପାଳ ଭାବରେ ପାଇ କର୍ମଚାରୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଶ୍ରୀ ରଇତଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ସେକ୍ସନ ଅଫିସର ଭି .କ୍ରିଷ୍ଣା ବେଣୀ, ଧନପତି ନାୟକ, ପି. ହରି, ମାୟାଧର ନାୟକ, ଧନଞ୍ଜୟ ରାଓ, କୁସୁମିତା ଦୀପ, ମଧୁସ୍ମିତା ମିର୍ଗାନ, ଜୋଛନା ଚୌଧୁରୀ, ଶିବ କେଶବ ବ୍ରହ୍ମା, ମୀରା ପଣ୍ଡା, ନୀଳକଣ୍ଠ ରାଜୁ, ଦୁର୍ଗମାଧଵ ପଣ୍ଡା, ତ୍ରିଲୋଚନ ନାୟକ, ରାମଚନ୍ଦ୍ର ରଘୁ ମଣ୍ଡଳ, ୟାସର ଅଲ୍ଲୀ, ବବିତା ପରିଛା, ଲକି ହରିଜନ, ତୃପ୍ତି ପଟନାୟକ, ସଞ୍ଜୀବ ପଣ୍ଡା, ପାର୍ବତୀ ନାୟକ, ବୁଚି ପାତ୍ରାଣି ପ୍ରମୁଖ ଉପସ୍ଥିତ ଥିଲେ ।