ଦେଶରେ କରୋନା ସଂକ୍ରମଣ ଉପରମୁହାଁ : ୧ ଲକ୍ଷ ୪୧ ହଜାର ୯୮୬ ନୂଆ ସଂକ୍ରମିତ ଚିହ୍ନଟ

0
165
ଦେଶରେ କରୋନା ସଂକ୍ରମଣ

ରିପୋର୍ଟ : ସୁଭାସିସ ନାୟକ

😷 ସଂକ୍ରମିତଙ୍କ ସଂଖ୍ୟା ୨୧% ବୃଦ୍ଧି : କେବଳ ମହାରାଷ୍ଟ୍ର ୪୦ ହଜାର ୯୨୫ ମାମଲା ।

ଭୁବନେଶ୍ୱର, (୦୮/୦୧) : ଦେଶରେ କରୋନା ସଂକ୍ରମଣ ଉପରମୁହାଁ । ଦିନକରେ ୧ ଲକ୍ଷ ୪୧ ହଜାର ୯୮୬ ନୂଆ ସଂକ୍ରମିତ ଚିହ୍ନଟ । ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୯.୨୮ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ୨୮୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସକ୍ରିୟ ସଂକ୍ରମିତ ଙ୍କ ସଂଖ୍ୟା ୪,୭୨,୧୬୯ ଥିବା ବେଳେ ୩,୪୪,୧୨,୭୪୦ ଜଣ ସୁସ୍ଥ ହେଲେଣି ।

ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ଦିଲ୍ଲୀରେ ସଂକ୍ରମଣ ରକେଟ ସ୍ପିଡରେ ମାଡି ଚାଲିଛି । ୨୪ ଘଣ୍ଟାରେ ୧୭ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭିଟି ରେଟ୍ ୧୭ ଦଶମିକ ୭୩ ପ୍ରତିଶତ ଟପି ଯାଇଛି । ଅର୍ଥାତ ଶହେ ଜଣ ଟେଷ୍ଟ କଲେ ୧୮ ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି ।

ଅନ୍ୟପଟେ ଆଜିଠୁ ଦିଲ୍ଲୀରେ ସପ୍ତାହନ୍ତ ସଟଡାଉନ ଲାଗୁ ହୋଇଛି । ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ତେବେ ରାସନ ଓ ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ଏହି ସମୟରେ କେହି ଘରୁ ବାହାରିବାକୁ ମନା କରାଯାଇଛି । କିନ୍ତୁ ଜରୁରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଚଳପ୍ରଚଳ ପାଇଁ ଅନୁମତି ଦିଆଯାଇଛି ।