ଶନିବାର ଠାରୁ ବର୍ଷା, ୧୫ ଯାଏଁ ଛେଚିବ : କ୍ଷତିଗ୍ରସ୍ତ ହୋଇପାରେ ଫସଲ

0
126
ଶନିବାର ଠାରୁ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୮/୦୧) : ଶୀତରେ ପୁଣି ବର୍ଷିବ । ଶନିବାର ଠାରୁ ରାଜ୍ୟରେ ବର୍ଷା ହୋଇପାରେ । ଶନିବାର ରାତିରେ ପଶ୍ଚିମ ଓଡ଼ିଶା ର କିଛି ସ୍ଥାନରେ ହାଲୁକା ବର୍ଷା ହେବ । ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢିବ । ୧୩ ରୁ ଭାରି ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସେସ୍‌ ପ୍ରଭାବରେ ଶନିବାର ଠାରୁ (୮ ତାରିଖ ରାତି ରୁ) ରାଜ୍ୟ ର କାଁ ଭାଁ କିଛି ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହେବ । ପରେ ଧୀରେ ଧୀରେ ଏହା ବଢ଼ିବ । ପଶ୍ଚିମ ଓଡ଼ିଶା, ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ପ୍ରଭାବ ରହିବ । ୧୦ ଓ ୧୧ ରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହା ପରେ ଭାରି ବର୍ଷା ହେବ । ୧୫ ତାରିଖ ଯାଏ ବର୍ଷା ଜାରି ରହିବ ।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୧ ରୁ ରାଜ୍ୟରେ ପାଗ ବଦଳିବ । ୧୫ ଯାଏଁ ବର୍ଷା ଲାଗି ରହିବ । ତମାମ ରାଜ୍ୟରେ ପାଗ ମେଘୁଆ ସହ ବର୍ଷା ହେବ । ୧୩ ରୁ ୧୬ ଯାଏ କୁହୁଡ଼ି ହେବ ।