ବୌଦ୍ଧ ଜିଲ୍ଲା ଲଢୁଆ ଯୁବନେତା ଅବକାଶ ସାହୁ ହେଲେ ଯୁବସଂଘ ର ସର୍ବଭାରତୀୟ ଉପସଭାପତି

0
160
ବୌଦ୍ଧ ଜିଲ୍ଲା ଲଢୁଆ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୦/୦୧) : ବୌଦ୍ଧ ଜିଲ୍ଲା ଲଢୁଆ ଯୁବନେତା ଅବକାଶ ସାହୁ ହେଲେ ଯୁବସଂଘ ର ସର୍ବଭାରତୀୟ ଉପସଭାପତି | ଭାରତ ବର୍ଷ ର ସର୍ବପ୍ରଥମ ଓ ସର୍ବବୃହତ ଯୁବ ସଂଗଠନ ଅଖିଳ ଭାରତ ଯୁବସଂଘ (AIYF)ର ଜାତୀୟ ସମ୍ମିଳନୀ ଚଳିତ ଜାନୁୟାରୀ ୦୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦେଶ ର ଯୁବକ ମାନଙ୍କ ପାଇଁ ନିଯୁକ୍ତି ର ଗ୍ୟାରେଣ୍ଟି, ସଂସଦୀୟ ନିର୍ବାଚନି ବ୍ୟବସ୍ଥାର ପରିବର୍ତ୍ତନ, ଶିକ୍ଷା ସ୍ବାସ୍ଥ୍ୟ ପ୍ରଭୃତି ବ୍ୟବସ୍ଥା ର ପରିବର୍ତ୍ତନ ଦାବୀରେ ତେଲେଙ୍ଗାନା ର ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଯାଇଛି l

ଏହି ଜାତୀୟ ସମ୍ମିଳନୀରେ ବୌଦ୍ଧ ଜିଲ୍ଲା ଲଢୁଆ ଯୁବନେତା ତଥା ଯୁବସଙ୍ଘ ର ରାଜ୍ୟ ସମ୍ପାଦକ ଅବକାଶ ସାହୁ ସର୍ବଭାରତୀୟ ଉପସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଶ୍ରୀଯୁକ୍ତ ସାହୁ ମହର୍ଷି ମହାବିଦ୍ୟାଳୟରୁ କ୍ରୀଡା ସମ୍ପାଦକ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ ଜୀବନୀ ଆରମ୍ଭ କରିଥିବା ବେଳେ ସମ୍ପ୍ରତି ବୌଦ୍ଧ ଜିଲ୍ଲା ୦୯ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ଅଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥି ଭାବେ ୮୬ନଂ ବୌଦ୍ଧ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ ।

ସେ ଜଣେ ଦୃଢସଂଗଠକ ଭାବେ ଖାଲି ଜିଲ୍ଲାରେ ନୁହେଁ ସମଗ୍ର ରାଜ୍ୟରେ ପରିଚିତ । ବସକର୍ମଚାରୀ ସଂଘ, ବିଜୁଳି କର୍ମଚାରୀ ସଂଘ,ଅଟୋଚାଳକ ସଂଘ ଓ ନିର୍ମାଣ ଶ୍ରମିକ ସଂଘ ପ୍ରଭୃତିର ସମ୍ପ୍ରତି ସେ ନେତୃତ୍ବ ନେଉଛନ୍ତି । ଶ୍ରୀଯୁକ୍ତ ସାହୁଙ୍କୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ମାନେ ଅଭିନନ୍ଦନ ଜଣାଇଛନ୍ତି l