ସାମ୍ବାଦିକଙ୍କୁ ଜଣେ ମହିଳା କନଷ୍ଟେବଳଙ୍କ ଚାପୁଡା ଘଟଣା ; ମାନବ ଅଧିକାର କମିଶନ ରେ ଅଭିଯୋଗ

0
246

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର(୨୪/୦୭): କେନ୍ଦ୍ରାପଡ଼ାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜଣେ ମହିଳା କନଷ୍ଟେବଳ ରାସ୍ତା ଉପରେ ସମସ୍ତଙ୍କ ସମ୍ମୁଖରେ ଚାପୁଡା ମାରିବାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

ସାମ୍ବାଦିକଙ୍କୁ ଜଣେ ମହିଳା କନଷ୍ଟେବଳଙ୍କ ଚାପୁଡା ଘଟଣା ସମ୍ପୃକ୍ତ କନଷ୍ଟେବଳଙ୍କୁ ନିଲମ୍ବିତ କରିବା ସହ ଗିରଫ କରିବାକୁ ଦାବି କରାଯାଉଥିବା ବେଳେ ଏନେଇ ଶୁକ୍ରବାର ଓଡ଼ିଶା ମାନବ ଅଧିକାର କମିଶନ ରେ ଅଭିଯୋଗ ହୋଇଛି । ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କୁ ଗିରଫ କରିବା ସହ ନିଲମ୍ବନ କରିବାକୁ ମାନବ ଅଧିକାରୀ କର୍ମୀ ପ୍ରଦୀପ୍ତ ନାୟକ କମିଶନଙ୍କ ନିକଟରେ ଦାବି କରିଛନ୍ତି । ଘଟଣାର ତଦନ୍ତ କରି ଯଥାଶିଘ୍ର ରିପୋର୍ଟ ଦେବାକୁ କେନ୍ଦ୍ରାପଡା ଜିଲ୍ଲାପାଳ, ଏସ୍ପିଙ୍କୁ ନିଦେ୍ର୍ଧଶ ଦେବାକୁ ଅଭିଯୋଗରେ ଦାବି କରାଯାଇଛି ।

ମାନବ ଅଧିକାର କମିଶନ: ସୂଚନାଯୋଗ୍ୟ, ଗତ ବୁଧବାର କେନ୍ଦାପଡ଼ା ଏସ୍ପି ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ ଚାଲିଥିବା ବେଳେ ମହିଳା କନଷ୍ଟେଳବଳ ପିନୁ ନାୟକ ବିନା ମାସ୍କରେ ବୁଲୁଥିଲେ । ସେଠାରେ ଉପସ୍ଥିତ ସାମ୍ବାଦିକ ଭୀମସେନ ସେଠୀ ତାଙ୍କର ଫଟୋ ଉଠାଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କନଷ୍ଟେବଳ ଜଣଙ୍କ ରାସ୍ତା ଉପରେ ସାମ୍ବାଦିକଙ୍କୁ ମାଡ ମାରିଥିଲେ । ଏପରିକି ଭୀମସେନ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ ମଧ୍ୟ କନଷ୍ଟେବଳ ଜଣଙ୍କ ତାଙ୍କୁ ରାସ୍ତା ଉପରେ ଚାପୁଡା ମାରିଥିଲେ । ଏହାକୁ ନେଇ ଗତକାଲି ସାମ୍ବାଦିକମାନେି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ ଘେରିଥିଲେ ।