ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ସି.ଆଇ.ଏସ୍‌.ସି.ଇ. ର ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

0
151

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୪/୦୭) : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (ସି.ଆଇ.ଏସ୍‌.ସି.ଇ.) ଦ୍ୱାରା ପରିଚାଳିତ ଦଶମ (ଆଇ.ସି.ଏସ.ଇ.) ଓ ଦ୍ୱାଦଶ (ଆଇ.ଏସ.ଇ.)ଶ୍ରେଣୀ ପରୀକ୍ଷା ଫଳ ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ।

ଏନେଇ ସି.ଆଇ.ଏସ୍‌.ସି.ଇ. ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ଫଳ ଆଜି ଅପରାହ୍ନ ୩ଟାରେ ପରିଷଦ ୱେବସାଇଟ୍‌ରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ୱେବସାଇଟ (www.cisce.org or www. results.cisce.org )କୁ ଲଗଇନ୍ କରି ପରୀକ୍ଷା ଫଳ ଦେଖିପାରିବେ ।

୦୯୨୪୮୦୮୨୮୮୩କୁ ଏସ୍‌ଏମ୍‌ଏସ୍‌ ଜରିଆରେ ଫଳ ଦେଖିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଚଳିତ ବର୍ଷ ଉତ୍ତର ଖାତା ପୁନର୍ବାର ତନଖି (ରିଚେକ୍) କରିବା ସୁବିଧା ଉପଲବ୍ଧ ନାହିଁ ; କିନ୍ତୁ ଅଙ୍କକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଥିଲେ ତୁରନ୍ତ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦରଖାସ୍ତ କରିବେ । ଦରଖାସ୍ତରେ ସମସ୍ୟାଗୁଡିକୁ ବିସ୍ତୃତ ଭାବେ ଉଲ୍ଲେଖ କରିବେ ବିଦ୍ୟାର୍ଥୀ । ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନିକଟରୁ ଗ୍ରହଣ କରିଥିବା ଦରଖାସ୍ତକୁ ଅଗଷ୍ଟ ୧ ସୁଦ୍ଧା ପରିଷଦକୁ ପଠାଇବେ ।

ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡ଼ିକୁ ଇ-ମେଲ ଆଇଡି (asicse@cisce.org) ଏବଂ ଦ୍ୱାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡିକୁ (asisc@cisce.org)ରେ ପଠାଇବାକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କୁହାଯାଇଛି । ଅଗଷ୍ଟ ୧ ପରେ ଦରଖାସ୍ତ ପଠାଇଲେ ବିଚାରକୁ ନିଆଯିବ ନାହିଁ । ମୁଖ୍ୟତଃ ଅଙ୍କ ହିସାବରେ କୌଣସି ତ୍ରୁଟି ଥିଲେ ଏହାକୁ ବିଚାରକୁ ନିଆଯାଇ ପାରିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।