ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ : ଖସି ଯିବାକୁ ଚେଷ୍ଟା କରିଥିଲା

0
238

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୨୪/୦୭) : ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ଘଟିଛି । ବାଲେଶ୍ୱରର ଏକ ହସ୍ପିଟାଲରେ ହାଇଦର ଆଖି ବୁଜି ଦେଇଥିବା ସୂଚନା ମିଳିଛି ।

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ | ପୋଲିସର ସୂଚନା ମୁତାବକ, ଶନିବାର ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌ ନିଆଯାଉଥିଲା । ତା’ ସହିତ ଜଣେ ଇନ୍ସପେକ୍ଟର, ଜଣେ ସବ୍‌ଇନ୍ସପେକ୍ଟର ଓ ଏକ ସେକ୍ସନ ଫୋର୍ସ ଥିଲେ । ରାସ୍ତାରେ ପରିସ୍ରା ଯିବ କହି ହାଇଦର ଖସି ଯିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପୋଲିସ ତାକୁ ଅଟକାଇବାକୁ ବାଧ୍ୟ ହୋଇ ଗୁଳି ଚଳାଇଥିଲା । କଟକ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁସାରେ ହାଇଦରର ପେଟରେ ଗୁଳି ବାଜିଥିଲା । ତାକୁ ବାଲେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ମାଲିକ୍ ସୁଲେମାନ୍‌ର ଭାଇ ସେକ୍ ଚୁନା ହତ୍ୟାକାଣ୍ଡ ଓ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ଅପହରଣ ପରେ ହତ୍ୟା କରିଥିବା ଘଟଣାରେ ହାଇଦର ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରା ଦୋଷୀ ପ୍ରମାଣିତ ହୋଇଥିଲା । ଦୋଷୀ ସାବ୍ୟସ୍ତ ହେବାପରେ ହାଇଦରକୁ ଆଜୀବନ ଜେଲ ଦଣ୍ଡ ମିଳିଥିଲା । ତାକୁ ପ୍ରଥମେ ସେ ବାରିମୂଳ ସବ୍‌ଜେଲ୍‌ରେ ରଖାଯାଇଥିଲା । ପରେ ହାଇଦରକୁ ସମ୍ବଲପୁର ଜେଲ୍ ସ୍ଥାନାନ୍ତର କରାଯାଇଥିଲା ।

କିଛି ଦିନ ତଳେ ଅସୁସ୍ଥତା କାରଣରୁ ହାଇଦରକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏପ୍ରିଲ ୧୦ରେ ସେ ସେଠାରୁ ଖସି ପଳାଇଥିଲା । ଏପ୍ରିଲ ୬ରେ ତେଲାଙ୍ଗାନାରୁ ତାକୁ ଧରାଯାଇଥିଲା ।