ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଇ-କଣ୍ଟେଣ୍ଟ ତାଲିମ ଶିବିର ଅନୁଷ୍ଠିତ

0
210
ହରଭଙ୍ଗା ନୋଡାଲ ଉଚ୍ଚ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୪/୦୧) : ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଡ଼ ଉଦୟନାଥ ମାଝିଙ୍କ ନିର୍ଦ୍ଦେଶ ମୁତାବକ ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଅଭେତି ତରଫରୁ ଏକ ଦିବସୀୟ ଇ-କଣ୍ଟେଣ୍ଟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।

5ଟି ଅନ୍ତର୍ଗତ ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ SMART ବୋର୍ଡ ମାଧ୍ୟମରେ କିପରି ଶିକ୍ଷାଦାନ କରାଯାଇ ପାରିବ ତାହା ପ୍ରଶିକ୍ଷକ ଶୁଭମ ପାଣିଗ୍ରାହୀ ତାଲିମ ଦେଇଥିଲେ । ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁରଲୀଧର ରଣା, ଶିକ୍ଷକ ଜିତେନ୍ଦ୍ର ଦେହୁରି, ଚିତ୍ତରଞ୍ଜନ ଦେହୁରି, ଶ୍ରୀକାନ୍ତ ଭୂୟାଁ, କୃଷ୍ଣଚନ୍ଦ୍ର ସିଂହ, ସୁରେଶ ନାଏକ, ସଞ୍ଜିତ କୁମାର ସାହୁ, କମଳକାନ୍ତ ଖଟୁଆ, ଶିକ୍ଷୟୀତ୍ରୀ ମମତା ଦାସ, ପ୍ରମିଳାବଳା ସାହୁ ପ୍ରଭୁତି ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ ।