-5.7 C
Innichen
Saturday, January 22, 2022

ଟିଟିଲାଗଡ଼ ଓକିଲ ସଂଘର ସଭାପତି ରୂପେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଅରବିନ୍ଦ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୩/୦୧) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଓକିଲ ସଂଘର ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀବୀ ଅରବିନ୍ଦ ମେହେତୋ

ବରିଷ୍ଠ ଆଇନଜୀବୀ ଶ୍ରୀ ମେହେତୋ ଟିଟିଲାଗଡ଼ ଓକିଲ ସଂଘର ସଭାପତି ଭାବେ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଥିବା ବେଳେ ସେ ସାଧାରଣ ତଥା ଗରିବ ଲୋକମାନଙ୍କ ନିମନ୍ତେ କିପରି ସରକାରୀ ଓକିଲ ତାଙ୍କୁ ମିଳି ପାରିବ, ବିନା ଖର୍ଚ୍ଚରେ ଆଇନ ସେବା ଯୋଗାଇ ଦିଆଯାଇ ପାରିବ, ଅନେକ ସଂଖ୍ୟକ ବିଚାରଧୀନ ରହିଥିବା ମାମଲାରେ ସାଧାରଣ ତୁରନ୍ତ ମାମଲା ର ଫଇସଲା କରା ଯାଇ ପାରିବ, ସେ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବା ସହ ବିଭିନ୍ନ ଅଞ୍ଚଳରେ ଆଇନ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ମାନ କରିବା ପ୍ରକାଶ କରିଛନ୍ତି ।

ସେହିପରି ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ନିମନ୍ତେ ଓକିଲ ସଂଘ ପକ୍ଷରୁ କଣ ପଦକ୍ଷେପ ନିଆଯିବ କି ? ସେ ପ୍ରଶ୍ନ ରେ ଉକ୍ତ ଦାବି ପୂରଣ ନିମନ୍ତେ ଆଗାମୀ ଦିନରେ ଓମିକ୍ରନ୍ କୁ ଦୃଷ୍ଟି ରେ ରଖି ଦାବୀ କାର୍ଯ୍ୟକାରୀ କରିବା ସହ ଜିଲ୍ଲା ପାଇଁ ଆବଶ୍ୟକ ହେଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।

ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣେଇବା ସହ ଉକ୍ତ ପଦବୀ ରେ ଅଞ୍ଚଳର ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ପୂରଣ ହେବା ସାଧାରଣ ରେ ଆଶା କରାଯାଉଛି ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles