କୋଭିଡ କଟକଣା ସତ୍ୱେ ପ୍ରଶାସନ ଉପସ୍ଥିତିରେ ବଳି ଦେବା ନେଇ ଜୀବେଦୟା ଯିବ ଅଦାଲତ

0
179
କୋଭିଡ କଟକଣା ସତ୍ୱେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୩/୦୧) : (ନି:ପ୍ର) ବଲାଙ୍ଗିର ଜିଲ୍ଲା କୂଲତା ପଡା ପଞ୍ଚାୟତ ର ଖଇର ଗୁଡ଼ାର ବଡ଼ଖଳା ଓ ସାନଖଳା ଠାରେ କୋଭିଡ କଟକଣା ସତ୍ୱେ ପ୍ରଶାସନ ଉପସ୍ଥିତି ରେ ପ୍ରତିବର୍ଷ ଭଳି ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ମାଟି । ପାରମ୍ପରିକ ରୀତିନୀତି ଅନୁସାରେ ପୁଣି ପଡିଲା ହଜାର ହଜାର ପଶୁ ବଳି ।

ସୂଚନା ଅନୁଯାୟୀ ଦେଓଗାଁ ବ୍ଲକ ର ଖଇରଗୁଡ଼ା ଗ୍ରାମ ର ବଡ଼ଖଳା ଓ ସାନଖଳାରେ କାହିଁ କେଉଁ କାଳରୁ ଚାଲି ଆସୁଛି ଏହି ଯାତ୍ରା । ପ୍ରତିବର୍ଷ ପୌଷମାସ ଶୁକ୍ଳ ପକ୍ଷ ର ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଗୋଟିଏ ଧଳା ଗଞ୍ଜା ଓ ପରେ ଛେଳି ବଳି ଦିଆଯାଏ । ପରେ ଭକ୍ତମାନେ ମାନସିକ କରି ଆଣିଥିବା ଛେଳି, ମେଣ୍ଢା, କୁକୁଡ଼ା, ପାରା ସହ ପୋଢ଼ ବଳି ସହ ଦେଶୀ ମଦ ପୂଜା କରାଯାଏ । କୋଭିଡ କଟକଣା ସତ୍ୱେ ପ୍ରଶାସନ ଉପସ୍ଥିତିରେ ବଳି ପଡ଼ିଲା ।

ପରମ୍ପରା ଆଗେ ହାର ମାନିଲା ପ୍ରଶାସନ : ଶହ ଶହ ପଶୁ-ପକ୍ଷୀ ବଳି ସୁଲିଆ ପୀଠ ।

ଦିନ ତମାମ ଏହି ବଳିଯାତ୍ରା ଚାଲିଥିବା ବେଳେ ଏ ଯାତ୍ରା ରେ ପରମ୍ପରା ନାଁ ରେ ଯିବ ହତ୍ୟା ବନ୍ଦ କରିବା ପାଇଁ ଦୀର୍ଘ ବର୍ଷ ଧରି ଜୀବେଦୟା ଅନୁଷ୍ଠାନ ପକ୍ଷରୁ ପ୍ରଚାର ପ୍ରସାର କରାଯାଇ ଆସୁଥିବା ବେଳେ ଚଳିତ କୋଭିଡ ନିୟମ ର ସମ୍ପୂର୍ଣ୍ଣ ଖିଲାପ କରି ଏହି ବଳି ଯାତ୍ରା ଓ ଜନ ସମାଗମ କେତେ ଯୁକ୍ତି ଯୁକ୍ତ ବୋଲି ଜୀବେଦୟା ମାନ୍ୟବର ଅଦାଲତ ରେ ଏକ ମାମଲା ଦାୟର କରିବା ନେଇ ଏକ ସଭା ରେ ନିଷ୍ପତ୍ତି ନିଆଯାଇଛି ।

ଏହି ଯାତ୍ରାକୁ ବଲାଙ୍ଗିର ଜିଲ୍ଲା ସହ କଳାହାଣ୍ଡି, ନୂଆପଡା, ବରଗଡ଼, ସୋନପୁର, ବୌଦ୍ଧ ସହ ଝାରଖଣ୍ଡ ରାଜ୍ୟରୁ ମାନସିକଧାରୀ ମାନେ କରିଥିବା ଏହି ସୁଲିଆ ପୀଠ କୁ ଭକ୍ତ ଆସିଥାନ୍ତି । କୋଭିଡ କଟକଣା କୁ ଆଖି ଆଗରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୨ ଜଣ ପୋଲିସ ଅଧିକାରୀ ମୁତୟନ କରାଯାଇ ଥିବା ବଲାଙ୍ଗୀର ଏସ୍ ଡି ପି ଓ ତୁଫାନ ବାଗ ସୂଚନା ଦେଇଛନ୍ତି l

ପ୍ରଶାସନ ଉପସ୍ଥିତି ସତ୍ୱେ ଏଭଳି କୋଭିଡ ସମୟରେ ଏପରି କାର୍ଯ୍ୟ ର ନିନ୍ଦା ସତ୍ୱେ ଅଦାଲତ କଣ ପଦକ୍ଷେପ ଗ୍ରହଣ କରିବ ଦେଖିବାକୁ ବାକି ରହିଲା ।