ଦୁଇ ବାଇକ୍ ମୁହାଁମୁହିଁ : ଦୁଇ ଜଣ ଗୁରୁତର, ଅଳ୍ପକେ ବର୍ତ୍ତିଲେ ମାଁ ଓ ଶିଶୁ କନ୍ୟା

0
225
ଦୁଇ ବାଇକ୍ ମୁହାଁମୁହିଁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, ତା-(୧୩/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସୀଙ୍ଗାରି ପଞ୍ଚାୟତ ର ବଡ଼ବାମନଗୁଡ଼ା ଗାଁ ନିକଟସ୍ଥ ଠାକୁରାଣୀ ମନ୍ଦିର ପାଖ ବୁଲାଣି ଠାରେ ଦୁଇ ବାଇକ୍ ମୁହାଁମୁହିଁ ହୋଇ ଦୁଇ ଜଣ ଗୁରୁତର ଥିବାବେଳେ ଦୁଇ ଜଣ ମାଁ ଓ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।WhatsApp Image 2022 01 14 at 11.17.09 AM 1 ଦୁଇ ବାଇକ୍ ମୁହାଁମୁହିଁ : ଦୁଇ ଜଣ ଗୁରୁତର, ଅଳ୍ପକେ ବର୍ତ୍ତିଲେ ମାଁ ଓ ଶିଶୁ କନ୍ୟା

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବାତେରପଡ଼ା ଗାଁର ରାମ ମାଝୀ (୩୫), ସ୍ତ୍ରୀ ତୁଳସୀ ମାଝୀ (୨୨) ଓ ଦୁଇ ବର୍ଷ ର ଶିଶୁକନ୍ୟା ସହ ସକାଳେ କଲ୍ୟାଣସିଂହପୁର ବଜାରକୁ ଆସି କିଣାକିଣି କରି ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ନାରାୟଣପୁର ପଞ୍ଚାୟତ ର ଖଟଗନ୍ଥା ଗାଁ ର ଆରର୍ଜୁ କର୍ସିକା (୩୭) ପାଦୁଲୁଗୁଡ଼ା ଯାଇ ଫେରୁଥିବା ବେଳେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଯାଇଥିଲା । ଫଳରେ ରାମ ଓ ଆର୍ଜୁ ଙ୍କ ଅବସ୍ଥା ଗୁରୁତର ରହିଛି ଆର୍ଜୁ ଙ୍କର ଡାହାଣ ହାତରେ ଗଭୀର ଆଘାତ ହୋଇଥିବା ବେଳେ ରାମ ଙ୍କ ମୁହଁ ମାଡ଼ ହେବା ସହ ଦାନ୍ତ ଭାଙ୍ଗି ଯାଇଛି । ରାମ ଙ୍କ ସ୍ତ୍ରୀ ଓ ଶିଶୁ କନ୍ୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଘଟଣା ସ୍ଥଳରେ ଆମ୍ବୁଲେନ୍ସ ପହଞ୍ଚି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚେଇ ଥିଲା ଏବଂ ପ୍ରାଥମିକ ଡାକ୍ତରୀ ଚିକିତ୍ସା ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରକିୟା ଜାରି ରଖିଛନ୍ତି ।