-5.7 C
Innichen
Saturday, January 22, 2022

ବୋରିଗୁମ୍ମା ଜୁନିୟର କଲେଜ ରେ ଜାତୀୟ ଯୁବ ଦିବସ ପାଳିତ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୨/୧) : ଆଜି ବୋରିଗୁମ୍ମା ଜୁନିୟର କଲେଜ ରେ DAAPSU,କୋରାପୁଟ ଦ୍ବାରା ଜାତୀୟ ଯୁବ ଦିବସ ଉପଲକ୍ଷେ ଏକ ଓ୍ବେବିନାର ର ଉଦଘାଟନ ହୋଇଯାଇଛି ।

କୋରାପୁଟ ସରକାରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ. ଦୀପକ ପଟ୍ଟନାୟକ ଏହି ଓ୍ବେବିନାର ଉଦଘାଟନ କରିଛନ୍ତି । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଛତା ର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଜଣାପଡିଛି । ସମୁଦାୟ ୧୫ ଟି ପେଣ୍ଟିଂ ମଧ୍ୟରୁ ବୋରିଗୁମ୍ମା ଜୁନିୟର କଲେଜ ର ଚିତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।

ଏହି ଓ୍ବେବିନାର ରେ ବହୁ ସଂଖ୍ୟକ ସ୍ବେଚ୍ଛାସେବୀ ଓ ପରାମର୍ଶଦାତା ଅଂଶଗ୍ରହଣ କରିଥିବା ବେଳେ ବୋରିଗୁମ୍ମା ର ପରାମର୍ଶ ଦାତା ଶ୍ରୀ ପଦ୍ମଭୁଷଣ ଦାଶ ମଧ୍ୟ ଯୋଗଦାନ କରିଥିବା ଜଣାପଡିଛି । ଜିଲ୍ଲା ସ୍ତରରେ ଡଃ ପ୍ରକାଶ ପ୍ରଧାନ ଓ ଡଃ ନରେଶ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲେଜ ଅଧ୍ୟକ୍ଷ ଶ୍ରୀ ଦାଶରଥି ଗୌଡ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଖୁସୀ ବ୍ୟକ୍ତ କରିଥିବା ଜଣାପଡିଛି ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles