ନିର୍ବାଚନ କଟକଣା ପରେ ରାସ୍ତାରୁ ହଟିଲା ବେନର ପୋଷ୍ଟର

0
156
ନିର୍ବାଚନ କଟକଣା ପରେ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୪/୧) : ନିର୍ବାଚନ କଟକଣା ପରେ ବୌଦ୍ଧ ସହର ର ରାସ୍ତାରୁ ହଟିଛି ଦଳୀୟ ବେନର, ପୋଷ୍ଟର ଓ ପତାକା । ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ।WhatsApp Image 2022 01 15 at 11.01.08 AM ନିର୍ବାଚନ କଟକଣା ପରେ ରାସ୍ତାରୁ ହଟିଲା ବେନର ପୋଷ୍ଟର

ତେଣୁ ନିର୍ବାଚନ କଟକଣା ତଥା ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ସହର ର NAC ଛକ, ଗାନ୍ଧୀ ଛକ, ବ୍ରିଜ଼ ଛକ, ବସ ଷ୍ଟାଣ୍ଡ ଓ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ବେନର, ପତାକା ଓ ପୋଷ୍ଟର ସବୁ ହଟେଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଟି ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଓ ଏନଏନ ସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ଙ୍କ ନେତୃତ୍ୱରେ କରାଯାଇ ଥିବାର ସୂଚନା ମିଳିଛି ।