Friday, March 29, 2024

Top 5 This Week

Related Posts

ଦୋଳମଣ୍ଡପ ସାହି ରେ ୪୧ ତମ ମକର ଉତ୍ସବ ପାଳିତ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୫/୦୧) : ଢେଙ୍କାନାଳ ଦୋଳମଣ୍ଡପ ସାହି ସ୍ଥିତ ଶ୍ରୀ ଶ୍ରୀ ଚୈତନ୍ୟ ଜୀଉ ଙ୍କ ୪୧ ତମ ମକର ଉତ୍ସବ ପାଳିତ ହୋଇଛି ।

ପ୍ରାତଃ ରୁ ଶ୍ରୀ ଶ୍ରୀ ଚୈତନ୍ୟ ଜୀଉ ଙ୍କୁ ମଙ୍ଗଳ ଆଳତି, ନୂତନ ବସ୍ତ୍ର, ଫୁଲ ହାର ରେ ସୁସଜ୍ଜିତ କରାଯାଇଥିଲା, ଫଳ ମୂଳ ଓ ମକର ଚାଉଳ ଭୋଗ, ହୋମ ଯଜ୍ଞ, ଅନୁଷ୍ଠିତ ହୋଇଥିଲା । ଦୋଳମଣ୍ଡପ ସାହି ର ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତ ରେ ଶ୍ରୀ ଶ୍ରୀ ଚୈତନ୍ୟ ଜୀଉ ଙ୍କ ୪୧ ତମ ମକର ମହୋତ୍ସବ ଟି ପାଳିତ ହୋଇଥିଲା । ଏହି ଉତ୍ସବ ରେ ସଭାପତି ମିହିର ପ୍ରଧାନ, ସମ୍ପାଦକ ସନ୍ତୋଷ କୁମାର ବେହେରା, ଉପସଭାପତି ଗୋବିନ୍ଦ ବେହେରା, ସହ ସମ୍ପାଦକ ଗୋବର୍ଦ୍ଧନ ଦଳେଇ, କୋଷାଧ୍ୟକ୍ଷ ପିଣ୍ଟୁ ପାତ୍ର ପ୍ରମୁଖ ଙ୍କ ଉପସ୍ଥିତ ରେ ଏହି ମକର ମହୋତ୍ସବ ଟି ପାଳିତ ହୋଇଥିଲା ।

Popular Articles