ଶେଷ ଦିନରେ ୨୪୦ ନାମାଙ୍କନ ପତ୍ର ଦାଖଲ

0
164
ଶେଷ ଦିନରେ ୨୪୦

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୦୧) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ଫେବୃଆରୀ ମାସ ୨୨ ତାରିଖରେ ହେବାକୁ ଥିବା ବେଳେ ଆଜିଠାରୁ ୧୨ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଓ ୧୬୦ ୱାର୍ଡ୍ ସଭ୍ୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଶେଷ ଦିନରେ ୨୪୦ ନାମାଙ୍କନ ପତ୍ର ଦାଖଲ ହୋଇଛି ।

କାଶୀନଗର ବ୍ଲକ ରେ ଶେଷ ଦିନରେ ୨୪୦ ନାମାଙ୍କନ ପତ୍ର -୩୪ ଜଣ ସରପଞ୍ଚ ଓ ୧୭୧ଜଣ ୱାର୍ଡ୍ ସଭ୍ୟ ଓ ୩୫ ଜଣ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୨ ପଞ୍ଚାୟତ ନିମନ୍ତେ ସମୁଦାୟ ୭୬ ଜଣ ସରପଞ୍ଚ, ୬୬ ଜଣ ସମିତି ସଭ୍ୟ ଓ ୧୬୦ ୱାର୍ଡ୍ ସଭ୍ୟ ନିମନ୍ତେ ୩୪୧ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା କାଶୀନଗର ବ୍ଲକ ଅଧିକାରୀ ଡ ଲକ୍ଷ୍ମୀ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।