ଦୁନିଆରେ କେବଳ ୪୩ ଜଣଙ୍କଠାରେ ଦେଖିବାକୁ ମିଳେ ଗୋଲ୍ଡେନ୍‌ ବ୍ଲଡ୍

0
131
ଦୁନିଆରେ କେବଳ ୪୩

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୪/୦୧) : ସାଧରଣତଃ ସମସ୍ତେ ଜାଣନ୍ତି ଯେ ବ୍ଲଡ୍‌ ଗ୍ରୁପ କେବଳ ଚାରିଟି ରହିଛି । କିନ୍ତୁ ଏପରି ଏକ ବ୍ଲଡ ଗ୍ରୁପ ମଧ୍ୟ ଅଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି । କାରଣ ଏହି ବ୍ଲଡ୍‌ ଗ୍ରୁପ ଖୁବ୍ କମ୍ ଲୋକଙ୍କଠାରେ ହିଁ ଦେଖିବାକୁ ମିଳିଥାଏ । ଏହି ମୂଲ୍ୟବାନ ଗୋଲ୍ଡେନ୍‌ ବ୍ଲଡ କେବଳ ଖୁବ୍‌ ଅଳ୍ପ ଲୋକ ଅର୍ଥାତ୍‌ ପୁରା ଦୁନିଆରେ କେବଳ ୪୩ ଜଣଙ୍କଠାରେ ଦେଖିବାକୁ ମିଳିଛି ।

ତେବେ ଏହି ବ୍ଲଡ ଗ୍ରୁପର ପ୍ରକୃତ ନାମ ହେଉଛି ଆରଏଚ୍‌ ନଲ୍‌ । ଏହା ମୁଲ୍ୟବାନ ହୋଇଥିବା ହେତୁ ବୈଜ୍ଞାନିକମାନେ ଏହାର ନାମ ଗୋଲ୍ନ୍ଡେନ ବ୍ଲଡ୍ ରଖିଛନ୍ତି । ତେବେ ଏକ ରିପୋର୍ଟ ଅନୁଯାୟୀ, କୁହାଯାଇଛି ଯେ ସାରା ଦୁନିଆରେ କେବଳ ଏହି ଗୋଲ୍ଡେନ୍‌ ବ୍ଲଡ ଗ୍ରୁପ ୪୩ ଜଣ ଲୋକଙ୍କ ପାଖରେ ଏହା ଦେଖିବାକୁ ମିଳିଛି । ଏହା ପ୍ରଥମେ ୧୯୬୧ ମସିହାରେ ଚିହ୍ନଟ କରାଯାଇଥିଲା । ଯେତେବେଳେ ଜଣେ ସ୍ଥାନୀୟ ଅଷ୍ଟ୍ରେଲୀୟ ଗର୍ଭବତୀ ମହିଳାଙ୍କ ରକ୍ତ ନମୁନାର ପରୀକ୍ଷା କରାଯାଇଥିଲା ।

ଏହି ରକ୍ତ ଅତ୍ୟନ୍ତ ଉପଯୋଗୀ, କାରଣ ଦରକାର ପଡିଲେ ଏହା ଯେକୌଣସି ବ୍ଲଡ ଗ୍ରୁପ ପାଇଁ ଆବଶ୍ୟକ ହୋଇପାରେ । ଏହି ବ୍ଲଡ ସେହି ଲୋକଙ୍କ ଶରୀରରେ ମିଳିଥାଏ ଯାହାର ଆରଏଚ୍‌ ଫ୍ୟାକ୍ଟର୍ ଶୂନ୍ୟ ହୋଇଥାଏ ।

ଏହା ଲୋହିତ ରକ୍ତ କଣିକାରୁ ମିଳୁଥିବା ଆରଏଚ୍‌ ଫ୍ୟାକ୍ଟର୍ ହେଉଛି ଏକ ବିଶେଷ ପ୍ରକାରର ପ୍ରୋଟିନ୍ । ଯଦି ଏହି ପ୍ରୋଟିନ୍ ଆରବିସିରେ ରହିଥାଏ, ତେବେ ବ୍ଲଡ ଆରଏଚ୍‌ ପଜିଟିଭ୍ ହୋଇଥାଏ । କିନ୍ତୁ ଯଦି ଏହି ପ୍ରୋଟିନ୍ ସେହି ସମୟରେ ନ ଥାଏ ତା’ ହେଲେ ବ୍ଲଡ ଆରଏଚ୍‌ ନେଗେଟିଭ୍‌ ହୋଇଥାଏ । ଏଥିପାଇଁ ଏହି ପ୍ରୋଟିନକୁ ଆରଏଚ୍‌ ଆଣ୍ଟିଜେନ୍‌ ମଧ୍ୟ କୁହାଯାଏ ।