ହମାରେ ଦୋ ଙ୍କ ଲାଗି ଦେଶରେ ଗରିବୀକୁ ଠେଲି ହୋଇଯାଇଛନ୍ତି ୪ କୋଟି ଲୋକ : ରାହୁଲ

0
139
ହମାରେ ଦୋ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୩/୧) : ପୂର୍ବତନ କଂଗ୍ରେସ ସଭାପତି ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧୀ ରବିବାର କେନ୍ଦ୍ର ସରକାରଙ୍କ ବିକାଶ ନୀତିକୁ ଟାର୍ଗେଟ୍ କରିଛନ୍ତି । ଦେଶରେ କେବଳ ହମାରେ ଦୋ ଙ୍କ ବିକାଶ ଲାଗି ୪ କୋଟି ଲୋକଙ୍କୁ ସରକାର ଗରିବୀକୁ ଠେଲି ଦେଇଥିବା ରାହୁଲ ଅଭିଯୋଗ କରିଛନ୍ତି ।

ଦେଶରେ ବିକାଶ ହୋଇଛି ନିଶ୍ଚିତ, ହେଲେ ଏହା କେବଳ ଦୁଇ ଧନପତି କୁବେରଙ୍କର, ହମାରେ ଦୋ ଙ୍କ ଲାଗି ୪ କୋଟିରୁ ଅଧିକ ଦେଶବାସୀଙ୍କ ଭବିଷ୍ୟତ କୁ ବାଜି ଲଗାଇ ଦିଆଯାଇଥିବା ରାହୁଲ ରବିବାର ଏକ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

ରାହୁଲ ‘ବିଜେପି ଫେଲ ଇଣ୍ଡିଆ’ ହାସ୍ ଟ୍ୟାଗ୍‌ରେ ଏହି ଟ୍ୱିଟ୍‌କୁ ଟ୍ରେଣ୍ଡ କରାଇଥିବା ବେଳେ ଏହି ୪ କୋଟିରେ ପ୍ରତ୍ୟେକ ଜଣେ ଜଣେ ବାସ୍ତବିକ ମଣିଷ ସେମାନେ ସଂଖ୍ୟା ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏହି ୪ କୋଟିରେ ପ୍ରତ୍ୟେକ ବ୍ୟକ୍ତି ଏକ ଉନ୍ନତ କାଲି ର ହକଦାର । ଏହି ୪ କୋଟିରେ ଜଣେ ଜଣେ ଭାରତ ଥିବା ରାହୁଲ ଲେଖିଛନ୍ତି । ଏଥିଲାଗି ରାହୁଲ ତାଙ୍କ ଟ୍ୱିଟ୍‌ରେ ଅକ୍ସଫାମ ର ଏକ ରିପୋର୍ଟ ମଧ୍ୟ ସେୟାର କରିଛନ୍ତି ।

ରାହୁଲ ପୋଷ୍ଟ କରିଥିବା ଗ୍ରାଫିକରେ ଦେଶ ର ଶୀର୍ଷ ଉଦ୍ୟୋଗପତି ମାନଙ୍କ ସମ୍ପତ୍ତି ୨୦୨୧ ବର୍ଷରେ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ବଢ଼ିଛି । ତେବେ ଏହା ପୂର୍ବରୁ ୨୦୨୦ ରେ ମହାମାରୀ ଯୋଗୁଁ ଦେଶର ୪ କୋଟିରୁ ଅଧିକ ଲୋକେ ଦାରିଦ୍ର୍ୟ ସୀମା ରେଖାରୁ ପଛକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି । ଏମାନଙ୍କ କଥା ପରେ କେହି ବୁଝି ମଧ୍ୟ ନାହାନ୍ତି, ଫଳରେ ଦେଶରେ ନୂଆ ଦାରିଦ୍ର୍ୟ ର ଜନ୍ମ ହୋଇଛି ବୋଲି ରାହୁଲ ଉଲ୍ଲେଖ କରିଛନ୍ତି ।