ଜିଲ୍ଲା ସ୍ତରୀୟ ଜୁନିଅର କୁଇଜ୍ ପ୍ରତିଯୋଗିତା ରେ ଅମିଶା ପାତ୍ର ପ୍ରଥମ

0
232
ଜିଲ୍ଲା ସ୍ତରୀୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୦୧) : ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଗଜପତି ଜିଲ୍ଲା ସ୍ତରୀୟ ଜୁନିଅର କୁଇଜ୍ ଓ ଡିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଗତ ୨୪ ତାରିଖ ରେ ଅନୁଷ୍ଠିତ ଭର୍ଚୁଆଲ ଜିଲ୍ଲା ସ୍ତରୀୟ ଜୁନିଅର କୁଇଜ୍ ପ୍ରତିଯୋଗିତା ରେ ବାରାଣସୀ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ଅମିଶା ପାତ୍ର ଜୁନିଅର ସ୍ତରୀୟ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅମିଶା ହେଉଛନ୍ତି କାଶୀନଗର ସହର ର ଶିକ୍ଷକ ଗୋପୀନାଥ ପାତ୍ରଙ୍କ ଝିଅ ଅଟନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଅମିଶା ପାତ୍ର ଙ୍କୁ ଆସନ୍ତା ଗଣତନ୍ତ୍ର ଦିବସ ରେ ପୁରସ୍କୃତ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।