କାଶୀନଗର ବ୍ଲକ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ରେ ଧାନ ମଣ୍ଡି ଉଦ୍ଘାଟିତ

0
188
କାଶୀନଗର ବ୍ଲକ ନିୟନ୍ତ୍ରିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୧) : ଆଜିଠାରୁ କାଶୀନଗର ବ୍ଲକ ରେ କୃଷକ ମାନଙ୍କ ଥରୁଧନ କ୍ରୟ ପାଇଁ କାଶୀନଗର ବ୍ଲକ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ରେ ଧାନ ମଣ୍ଡି ର ଉଦଘାଟନ ହୋଇଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ବ୍ଲକ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ରେ ଆଜି ଧାନ ମଣ୍ଡି ର ଉଦଘାଟନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଉଦଘାଟନ କରିଛନ୍ତି । କାଶୀନଗର ବ୍ଲକ ରେ ୧୬ ଟି ମଣ୍ଡି ଖୋଲାଯିବ ବୋଲି ସି ଏସ ଓ ଶତୃଘ୍ନ ଗିରି ସୂଚନା ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ୫,୬୧,୦୦୦/ କୁଇଣ୍ଟାଲ ଧାନ କ୍ରୟ କରାଯିବ ବୋଲି କହିଛନ୍ତି । ଚଳିତ ବର୍ଷ ମିଶନ ଶକ୍ତି ଗ୍ରୁପ୍ ଦ୍ଵାର ଧାନ କ୍ରୟ କରାଯିବ ବୋଲି ଯୋଗାଣ ଅଧିକାରୀ ସଞ୍ଜୟ ମଲିକ ସୂଚନା ଦେଇଛନ୍ତି । ଆଜିର ଉଦଘାଟନ ଉତ୍ସବ ରେ ତହସିଲଦାର ଶ୍ରୀ ସିମଞ୍ଚାଲ ମହାନ୍ତି ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଯୋଗ ଦେଇ ଥିଲେ । କାଶୀନଗର ର ସମସ୍ତ କୃଷକ ଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବାରୁ ଧନ୍ୟବାଦ ଦିଆଯାଇଥିଲା । ଏହି ଉତ୍ସବ ରେ ବହୁ ମିଲର ମାନେ ମଧ୍ୟ ଯୋଗ ଦେଇଥିଲେ ।