ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ : ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

0
139
ଦଶମ ଓ ଦ୍ୱାଦଶ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୫/୦୧) : କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରୁ ରାଜ୍ୟ ସରକାର ସମସ୍ତ ସ୍କୁଲ୍ ଓ କଲେଜ ଗୁଡ଼ିକୁ ବନ୍ଦ କରି ଦେଇଛନ୍ତି । କିନ୍ତୁ ଏବେ ଅନଲାଇନରେ ପାଠପଢ଼ା ଚାଲିଛି । ଏପରି ସ୍ଥଳେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପିଲାମାନଙ୍କୁ ପରୀକ୍ଷା ପରାମର୍ଶ ଦେଇଛନ୍ତି ।

ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ରାଜ୍ୟରେ ଏବେ କରୋନା ସଂକ୍ରମଣ ତଳ ମୁହାଁ ହେଉଛି । ତେଣୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଠିକ୍ ସମୟରେ କରିବାକୁ କିଛି ଅସୁବିଧା ନାହିଁ । ଯଦି ସେମିତି କିଛି ବିଶେଷ ପରିସ୍ଥିତି ସୃଷ୍ଟି ହୁଏ, ତାହେଲେ ଅନ୍ୟ ନିଷ୍ପତ୍ତି ନିଆଯାଇପାରେ । କିନ୍ତୁ ଆଜିର ସ୍ଥିତି ଦେଖିଲେ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବା ଉଚିତ୍ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଜାନୁଆରୀ ୩ ତାରିଖରୁ ସରକାର ସମସ୍ତ ପ୍ରାଥମିକ ସ୍କୁଲ୍ ଖୋଲିବାକୁ ନିଷ୍ପତି ନେଇଥିଲେ । ହେଲେ ଦୈନିକ କରୋନା ସଂକ୍ରମଣ ବଢ଼ିବାରୁ ସବୁ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ କୁ ବନ୍ଦ ଘୋଷଣା କରିଥିଲେ । ଚଳିତ ମାସ ପ୍ରଥମ ସପ୍ତାହରେ ସ୍କୁଲ୍ ଗୁଡ଼ିକ ବନ୍ଦ ହେବା ପରେ ଦ୍ୱିତୀୟ ସପ୍ତାହରେ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ହୋଇଥିଲା ।