ପ୍ରାର୍ଥୀତ୍ୱ ପ୍ରତ୍ୟାହାର କଲେ ୪୮ ସଦସ୍ୟ ଓ ୩ ଜିଲା ପରିଷଦ

0
231
ପ୍ରାର୍ଥୀତ୍ୱ ପ୍ରତ୍ୟାହାର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୭/୧) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଉକ୍ତ ବ୍ଲକରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମୋଟ ୩୯୧ ସଦସ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥି ମଧ୍ୟରୁ ୪୮ ସଦସ୍ୟ ଓ ୩ ଜିଲା ପରିଷଦ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କଲେ ଓ ସରପଞ୍ଚ ୬୯, ସମିତି ସଭ୍ୟ ୪୪ ଓ ୱାର୍ଡ ସଭ୍ୟ ୨୭୮ ପ୍ରାର୍ଥୀ ରହିଥିବା ସୂଚନା ଦେଇଥିଲେ ।

ବର୍ତ୍ତମାନ ୩୮୦ ସଦସ୍ୟ ମଧ୍ୟରୁ ସରପଞ୍ଚ ୬୦, ସମିତି ସଭ୍ୟ ୪୫ ଓ ୱାର୍ଡ ସଭ୍ୟ ୨୭୫ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମଙ୍ଗଳବାର ଦିନ ସେଥିମଧ୍ୟରୁ ୧୫ ସରପଞ୍ଚ, ୧୧ ସମିତି ସଭ୍ୟ ଓ ୨୧ ୱାର୍ଡ ସଦସ୍ୟ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରିଥିବା ବେଳେ ୪୫ ସରପଞ୍ଚ, ୩୪ ସମିତି ସଭ୍ୟ ଓ ୨୫୪ ୱାର୍ଡ ସଦସ୍ୟ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ବୋଲି ନିର୍ବାଚନ ଅଧିକାରୀ ସୁଧାକର ରଇତ ଓ ପଞ୍ଚାୟତ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ଓ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବଳରାମ ପାତ୍ର କହିଛନ୍ତି ।

ସେହିପରି ଉକ୍ତ ବ୍ଲକରେ ଜିଲା ପରିସଦ ‘କ’ ଓ ‘ଖ’ ଜୋନ ରେ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ରାୟଗଡା ଉପଜିଲାପାଳ ଙ୍କ ଠାରେ ଦାଖଲ କରିଥିଲେ । ‘କ’ ଜୋନ ରେ ୭ ଜଣ ମଧ୍ୟରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ସୁନ୍ଦର ରାଓ ବାଗ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ । ବଳକା ଅଶ୍ୱିନୀ କୁମାର ମହାପାତ୍ର ହାତ ଚିହ୍ନ, ଭି ୱାରା ପ୍ରସାଦ ରାଓ ଶଙ୍ଖ ଚିହ୍ନ, ମାନୁ ସିକକା ହାତୁଡି ଦା ତାରା ଚିହ୍ନ, ଶିବରାମ କାଡ୍ରାକା ହାତୀ ଚିହ୍ନ, ସନ୍ତୋଷ କୁମାର ବଛା ନାଗରା ବା ଡ୍ରମ ଚିହ୍ନ ଓ ସିନ୍ଧୁ କୁଲିସିକା ପଦ୍ମ ଚିହ୍ନ ମିଳିଥିବା ବେଳେ ‘ଖ’ ଜୋନ ରେ ୬ ଜଣ ପ୍ରାର୍ଥୀ ମଧ୍ୟରୁ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ଗେମ୍ବାଳି ପ୍ରଭାସିନୀ ଓ ସାତାନା ଶିବନୀ ନାମାଙ୍କନ ପ୍ରତ୍ୟାହାର କରିଥିବା ବେଳେ ବଳକା ୪ ଜଣ ସ୍ୱାତି ସାତାନା ଙ୍କୁ ହାତ ଚିହ୍ନ, ବୋମି ଗୌରୀ ଦେବୀ ଙ୍କୁ ଶଙ୍ଖ ଚିହ୍ନ, ଅନୁସାୟା ନୀଳଗିରି ଙ୍କୁ ପଦ୍ମ ଚିହ୍ନ ଓ ଶାନ୍ତି ହୁଇକା ଙ୍କୁ ହାତୀ ଚିହ୍ନ ପ୍ରଦାନ କରାଯାଇଥିବା ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।