ସମିତି ସଭ୍ୟକୁ ଅପହରଣ କରିଥିବା ନେଇ ଥାନାରେ ଏତଲା

0
571
ସମିତି ସଭ୍ୟକୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୭/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ର ନୂତନ ସମିତି ସଭ୍ୟକୁ ଅପହରଣ କରି ନେଇଥିବା ପରିବାର ଓ ବହୁଜନ ସମାଜ ପାର୍ଟି ପକ୍ଷରୁ ଥାନାରେ ଏତଲା ଦେଇଥିବା ଜଣାପଡିଛି ।d8a33313 cde1 4f8d a542 0b26ff33758b ସମିତି ସଭ୍ୟକୁ ଅପହରଣ କରିଥିବା ନେଇ ଥାନାରେ ଏତଲା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ପତ୍ର ଦାଖଲ ନିମନ୍ତେ ଆହ୍ୱାନ ଦେଇଥିଲେ । ସୁନାଖଣ୍ଡି ପଞ୍ଚାୟତ ର ସାନଘୋଡାଘାଟି ଓ ଆଖ ପାଖ ଗାଁ ର ଲୋକମାନେ ଏକତ୍ରିତ ହୋଇ ଉକ୍ତ ଗାଁ ର ସ୍ବର୍ଗତ ରାମ ହୁଇକା ଙ୍କ କନିଷ୍ଠ ପୁଅ ସଞ୍ଜୟ ହୁଇକା କୁ ସମିତି ସଭ୍ୟକୁ ଭାବରେ ବହୁଜନ ସମାଜ ପାର୍ଟି (ବିଏସପି) ସମର୍ଥନରେ ୧୯ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହାକୁ ନେଇ ୨୩ ତାରିଖ ଦିନ ପୂଜାରୀଗୁଡା ଗାଁ ର ଗେଦଲି ଶ୍ରୀନିବାସ ରାଓ, ଆଲଜିନିଗୁଡା ଗାଁ ର ଛବି ରତ୍ନାଲୁ, ହେମଗିରି ଆମରାପୁ ଏହି ତିନି ଜଣ ଏକତ୍ରିତ ହୋଇ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରି ରାଜନୀତି କରିବାକୁ ଆସିଛୁ ବୋଲି କହିଥିବା ପ୍ରତ୍ୟେକ୍ଷ ଦର୍ଶୀ ରେଙ୍ଗା କୁଲିସିକା, ଆଲଜିନିଗୁଡା ଗାଁ ର ଅଭି ବାଗ ଦେଖିଥିବା ଏତଲାରେ ଦର୍ଶାଇଛନ୍ତି ।

୨୪ ତାରିଖ ଦିନ ସମିତି ସଭ୍ୟ ପ୍ରାର୍ଥୀ ସଞ୍ଜୟଙ୍କୁ ବିଭିନ୍ନ ପ୍ରଲ୍ଲଭନ ଓ ଭୟଭୀତ ଦେଖାଇ ଜୋର ଜବରଦସ୍ତ ଆଣି ନାମାଙ୍କନ ପତ୍ର ପ୍ରତ୍ୟାହାର କରାଇଥିଲେ ଏବଂ ଉକ୍ତ ବ୍ୟକ୍ତି ଙ୍କୁ କେଉଁଠି ଲୁଚାଇ ରଖିଛନ୍ତି କି ଜୀବନରେ ମାରି ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ସଞ୍ଜୟ କୁ ସବୁଆଡେ ଖୋଜା ଖୋଜି କରିବାପରେ ମଧ୍ୟ ସନ୍ଧାନ ପାଇ ନ ଥିବାରୁ ବୁଧବାର ଦିନ ଥାନାରେ ଏକ ଏତଲା ଦେଇଥିବା ଜଣାପଡିଛି ।

ଏ ସମ୍ପର୍କରେ ଥାନା ଅଧିକାରୀ ସୁକୁମା ହଂସଦା ଙ୍କୁ ପଚାରିବାରୁ ସେ କହିଲେ ବିଜେଡି ଦଳକୁ ଆକ୍ଷେପ କରି ଏତଲା ଦେଇଛନ୍ତି । ସଞ୍ଜୟ ନ ଆସିବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ । ଘଟଣାର ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି |