ରାୟଗଡ଼ା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ

0
252
ରାୟଗଡ଼ା ଜିଲ୍ଲା ଆଇନସେବା

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, (୨୭/୦୧) : ଆଜି ଗୁରୁବାର ଦିନ ଅପରାହ୍ନ ଘ. ୪.୦୦ ମି. ରେ ରାୟଗଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ଅନଲାଇନ ଜରିଆରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତ ର ଉପାଦେୟୀତା ଓ କାର୍ଯ୍ୟଧାରା ସଂପର୍କୀତ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି |67f626d0 3dcf 43a9 aeea 5ca0fdf2c989 ରାୟଗଡ଼ା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ନିରନ୍ତର ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥୀ, ରାୟଗଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ର ସମ୍ପାଦକ ଶ୍ରୀମତି ନିବେଦିତା ପଣ୍ଡା, ଅନୁ ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଗୁରୁଚରଣ ଜେନାମଣିଙ୍କ ସମେତ ପେନାଲ୍ ଓକିଲ, ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ | ସ୍ଥାୟୀ ନିରନ୍ତର ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା ନିଜ ନିଜର ବକ୍ତବ୍ୟରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତ ର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଏଠାରେ ସମାଧାନ ହେଉଥିବା ବିଭିନ୍ନ ମୋକଦ୍ଦମା ଉପରେ ଆଲୋକପାତ କରିଥିଲେ |

ଏଥି ସହିତ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତ ରେ ହେଉଥିବା ବିଭିନ୍ନ ଲୋକ ଉପଯୋଗୀ ସେବା ଉପରେ ଅଂଶ ଗ୍ରହଣକାରୀ ମାନଙ୍କୁ ଅବଗତ କରାଇଥିଲେ | ସର୍ବୋପରି ଏହି କାର୍ଯ୍ୟକ୍ରମରେ ପେନାଲ୍ ଓକିଲ ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି |