ବେକରେ ଚୁନି ଲଗାଇ ଆତ୍ମହତ୍ୟା, ପରିବାର ଲୋକେ ଆଣିଲେ ଯୌତୁକ ଜନିତ ହତ୍ୟାର ଅଭିଯୋଗ

0
227
ବେକରେ ଚୁନି ଲଗାଇ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୩୧/୦୧) : ବେକରେ ଚୁନି ଲଗାଇ ଆତ୍ମହତ୍ୟା ! ଜଗସିଂଙ୍ଗପୁର ଜିଲ୍ଲାର ଅରିଲୋ ପଞ୍ଚୟତର ମlଳପୁର ଗ୍ରାମର ଝିଅ ରୋଜି ସେହି ପାଖ ଗ୍ରାମ ର ଅଭୟ ମଲ୍ଲିକଙ୍କ ପୁଅ ସନ୍ଦିପ ମଲିକଙ୍କୁ ଗତ ୨୦୧୯ ରେ ବୈବାହିକ ରୀତିନୀତି ଅନୁଯାୟୀ ଵିଵାହ କରିଥିଲେ ।rgd1 ବେକରେ ଚୁନି ଲଗାଇ ଆତ୍ମହତ୍ୟା, ପରିବାର ଲୋକେ ଆଣିଲେ ଯୌତୁକ ଜନିତ ହତ୍ୟାର ଅଭିଯୋଗ

ସନ୍ଦିପ ବିବାହ ପରେ ରାୟଗଡା ଜିଲ୍ଲା ସ୍ଥିତ ଜେକେପୁର ର କୁମୁତାଲୁପେଟାରେ ନିଜ ପରିବାର ସହିତ ଭଡାରେ ରହୁଥିଲେ । ହେଲେ ଗତ ଶନିବାର ସନ୍ଧ୍ୟାରେ ଶଶୁର ଘରେ କେହି ନ ଥିବାର ସୁଯୋଗ ନେଇ ରୋଜି ମଲ୍ଲିକ ନିଜ ବେକରେ ଚୁନି ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ ବୋଲି ଶଶୁର ଘର ଲୋକେ କହିଛନ୍ତି । ହେଲେ ପରିବାର ବର୍ଗ ଆସିବା ପରେ ଚାନ୍ଦିଲି ଥାନାରେ ଅଭିଯୋଗ ଆଣିଛନ୍ତି କି ଏହା ଏକ ଯୌତୁକ ଜନିତ ବଧୁ ହତ୍ୟା ବୋଲି ।rgd ବେକରେ ଚୁନି ଲଗାଇ ଆତ୍ମହତ୍ୟା, ପରିବାର ଲୋକେ ଆଣିଲେ ଯୌତୁକ ଜନିତ ହତ୍ୟାର ଅଭିଯୋଗ

ତେଣୁ ଝିଅ ଘର ପକ୍ଷରୁ ଥାନାରେ ସନ୍ଦିପ ଓ ତାଙ୍କ ଭୋଉଣୀ ସୋନାଲି ମଲ୍ଲିକ, ବାପା ଅଭୟ ମଲ୍ଲିକ ଏବଂ ସାନ ଭାଇ ବାପୁନି ମଲ୍ଲିକ ନାଁରେ ଏଫାଇଆର ଦିଆଯାଇଥିବାର ସୂଚନା ଦେଇଛନ୍ତି । ରୋଜିଙ୍କର ଦାଦା ବିଜୟ କୁମାର ମଲ୍ଲିକ, ଅଭିଯୋଗ ପରେ ଚାନ୍ଦିଲି ପୋଲିସ ଏବଂ ସାଇଣ୍ଟିଫିକ ଟିମ ପଂହଂଚି ଘଟଣା ର ଛାନବିନ ଜାରି ରଖିବା ସହିତ ମୃତ ଶରୀର କୁ ପଷ୍ଟମଷ୍ଟମ ନିମନ୍ତେ ପଠାଇଛି ।ହେଲେ ଶବ ବ୍ୟବଛେଦ ପରେ ହିଁ ପ୍ରକୃତ ଘଟଣା ଜଣା ପଡିବା ନେଇ ସୂଚନା ଦେଇଛି ପୋଲିସ ।