ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କର ୬ ବର୍ଷ ହେଲା କରି ଚାଲିଥିଲା ଟିକସ ଠକେଇ : ଆଇଟି ବିଭାଗ

0
155

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୬/୦୭) : ଗତ ୬ ବର୍ଷରେ ଆୟ ହୋଇଥିବା ୭୦୦ କୋଟି ଟଙ୍କା ଉପରେ ଆୟକର ଦେଇ ନ ଥିଲା ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କର । ଷ୍ଟକ ମାର୍କେଟ ନିୟମ ମଧ୍ୟ ଭଙ୍ଗାଯାଇଥିଲା । ଦୈନିକ ଭାସ୍କର ଗ୍ରୁପ୍‌ ଉପରେ କରାଯାଇଥିବା ଚଢ଼ାଉ ରୁ ଆଇଟି ବିଭାଗ କୁ ଏଭଳି ତଥ୍ୟ ମିଳିଛି ।

ସର୍ଚ୍ଚ ବେଳେ ଜଣାପଡ଼ିଥିଲା ଯେ, ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କର କମ୍ପାନୀ ର କର୍ମଚାରୀ ଙ୍କ ନାମରେ ଅନେକ କମ୍ପାନୀ ପରିଚାଳନା କରୁଥିଲେ । ବୋଗସ ଖର୍ଚ୍ଚ କୁ ଲୁଚାଇବା ପାଇଁ ଏଭଳି କରାଯାଇଥିଲା । କିଛି କର୍ମଚାରୀ ଙ୍କ ନାମ କୁ ବିଭିନ୍ନ କମ୍ପାନୀର ଅଂଶୀଦାର ଓ ଡିରେକ୍ଟର୍ସ ଭାବେ ବ୍ୟବହୃତ କରାଯାଇଥିଲା ।

କିନ୍ତୁ ସେଭଳି କୌଣସି କମ୍ପାନୀ ସମ୍ପର୍କରେ ଜାଣି ନ ଥିବା କର୍ମଚାରୀ ମାନେ ଆଇଟି ବିଭାଗ ପକ୍ଷରୁ ବିବୃତି ରେ କୁହାଯାଇଛି ।