ପାଞ୍ଚ ଘଣ୍ଟା ଜେରା ପରେ ଫେରିଲା ତଦନ୍ତକାରୀ ଟିମ : ବିଦ୍ୟାଙ୍କ ହଷ୍ଟେଲ ରୁମ ସିଲ

0
285

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,(୨୫/୦୭) : ପାଞ୍ଚ ଘଣ୍ଟା ଜେରା ପରେ ଫେରିଲା ତଦନ୍ତକାରୀ ଟିମ୍ । ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ କୁ ସିଲ୍ କଲା ପୋଲିସ । LITC ଉପନିର୍ଦ୍ଦେଶକଙ୍କ ଠାରୁ ବହୁ କାଗଜପତ୍ର ନେଇଛି ତଦନ୍ତକାରୀ ପୋଲିସ । ବିଦ୍ୟାଙ୍କ ସହପାଠୀଙ୍କ ମୋବାଇଲ ନମ୍ବର ଓ ଠିକଣା ନେଇଛି ତଦନ୍ତକାରୀ ଟିମ୍ ।Soumya Ranjan Mohapatra ପାଞ୍ଚ ଘଣ୍ଟା ଜେରା ପରେ ଫେରିଲା ତଦନ୍ତକାରୀ ଟିମ : ବିଦ୍ୟାଙ୍କ ହଷ୍ଟେଲ ରୁମ ସିଲ

ତଦନ୍ତକାରୀ ଟିମ୍ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ଓ କ୍ଲାସରୁମକୁ ଯାଇ ତଦନ୍ତ କରିଛନ୍ତି,ପାଞ୍ଚ ଘଣ୍ଟା ଜେରା ପରେ ଫେରିଲା ତଦନ୍ତକାରୀ ଟିମ । ଏହାସହ ବିଦ୍ୟାଭାରତୀ ବଲାଙ୍ଗୀରକୁ କାହା ସାଙ୍ଗରେ ଆସିଥିଲେ, କେବେ ଆସିଥିଲେ, ହଷ୍ଟେଲରେ କାହା ସହ ମିଶୁଥିଲେ ଏହି ଦିଗରେ ମଧ୍ୟ ତଦନ୍ତ କରିଛି । LITC ଉପନିର୍ଦ୍ଦେଶକ ହେମନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ୪ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ ।

ବ୍ୟାଚଲର ପାର୍ଟୀ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରିଛି ପୋଲିସ । ପାର୍ଟୀ ହୋଇଥିଲା ଏବଂ ପାର୍ଟୀ ଖର୍ଚ୍ଚ ବିଦ୍ୟାଭାରତୀ ବହନ କରିଛନ୍ତି ବୋଲି ତଦନ୍ତକାରୀ ଅଫିସର କହିଛନ୍ତି । ବିଦ୍ୟାଭାରତୀ କାହା ସାଙ୍ଗରେ ଆସିଥିଲେ ତାକୁ ନେଇ

ପୋଲିସ ଓ ଉପନିର୍ଦ୍ଦେଶକଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ବିଦ୍ୟାଭାରତୀ ଅଫିସ ଷ୍ଟାଫ ଓ ଅଫିସ ଗାଡିରେ ଆସିଥିବା ନେଇ ଉପନିର୍ଦ୍ଦେଶକଙ୍କୁ କହିଥିଲେ । କିନ୍ତୁ ପୋଲିସ ସୌମ୍ୟରଞ୍ଜନ ସହ ଆସିଥିଲେ ବୋଲି କହିଛନ୍ତ ତଦନ୍ତକାରୀ ଅଫିସର । କିଏ ସତ କହୁଛି ଉପନିର୍ଦ୍ଦେଶକ ନା ତଦନ୍ତକାରୀ ଅଫିସର। ତାକୁ ନେଇ ଉଠିଛି ପ୍ରଶ୍ନ ।