ଚତୁର୍ଥ ବର୍ଷ ଶୁଭମ ସ୍ମାରକୀ ଗ୍ରାମାଞ୍ଚଳ କ୍ରିକେଟ ଟୁୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବ

0
202
ଚତୁର୍ଥ ବର୍ଷ ଶୁଭମ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୩୧/୦୧) : ବୋୖଦ୍ଧ ଜିଲ୍ଲା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ମହାଲିଙ୍ଗ ପଡ଼ିଆରେ ଆଜି ଚତୁର୍ଥ ବର୍ଷ ଶୁଭମ ସ୍ମାରକୀ କ୍ରିକେଟ ଟୁୁର୍ଣ୍ଣାମେଣ୍ଟ ଖେଳ ଉଦଘାଟିତ ହୋଇଯାଇଛି ।

ଚତୁର୍ଥ ବର୍ଷ ଶୁଭମ ସ୍ମାରକୀ ଗ୍ରାମାଞ୍ଚଳ କ୍ରିକେଟ ଟୁୁର୍ଣ୍ଣାମେଣ୍ଟ ର ଏହି ଖେଳ ର ପ୍ରଥମ ମ୍ୟାଚରେ ପୋଢ଼ଖାଲ ଓ ଗଜରାଜପୁର ମଧ୍ୟରେ ଖେଳ ହୋଇଥିଲା । ଖେଳରେ ପୋଢ଼ଖାଲ ବିଜୟ ଲାଭ କରିଥିଲା । ଦ୍ଵିତୀୟ ମ୍ୟାଚରେ ତେଲିବନ୍ଧ କୁ ହରାଇ ମୁଣ୍ଡିପଦର ବିଜୟ ଲାଭ କରିଥିଲ। । ସେମିଫାଇନାଲ ରେ ମୁଣ୍ଡିପଦର କୁ ପରାସ୍ତ କରି ପୋଢ଼ଖାଲ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଛି । ଉଦଘାଟନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଭାବେ କଳ୍ପନା ରାଣୀ ସାହୁ ଓ ସମ୍ମାନିତ ଅତିଥି ଭାବେ ପ୍ରକାଶ ପାଣ୍ଡେ, ଦାଶରଥି ପ୍ରଧାନ, ଲାଲବାବୁ ଶୁଳ, ଅରକ୍ଷିତ ବଗର୍ତ୍ତି ଓ ସଭାପତି ଗୋବିନ୍ଦଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ ।

ସତ୍ୟବ୍ରତ ବେହେରା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସୁଧୀର ପଣ୍ଡା, ମଳୟ ଦ୍ୱୀପ, ଖେଳ ପରିଚାଳନା କରିଥିଲେ । ଶ୍ରୀପତି ଘଡେଇ, ସଂଜୟ ମେଣ୍ଡିଲି, ହେମାନଦ କର୍ଣ୍ଣ, ଟିକନା ମହାରଣା, ସୁନୀଲ ମହାରଣା ଏବଂ ମୁଣ୍ଡିପଦର କ୍ରିକେଟ ଟିମ୍ ର ସଦସ୍ୟ ମାନେ ଖେଳରେ ସହଯୋଗ କରିଥିଲେ ।