ପୁଣି ହାଡ଼ ଭଙ୍ଗା ଶୀତ ଫେରିଛି : ହରଭଙ୍ଗା ରେ ତାପମାତ୍ରା ବୃଦ୍ଧି

0
145
ପୁଣି ହାଡ଼ ଭଙ୍ଗା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୩୧/୦୧) : କିଛି ଦିନ ହେଲା ଶୀତ ଗାଏବ ହୋଇ ଯାଇଥିଲା । ପାଗ ବଦଳିବା ସହ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ଛାଡିବା ପରେ ଏବେ ପୁଣି ଶୀତ କଡ଼ ଲେଉଟେଇଛି । ପୁଣି ହାଡ଼ ଭଙ୍ଗା ଶୀତ ହରଭଙ୍ଗା ବ୍ଲକ କୁ ଫେରିଛି ।

ଗତକାଲି ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରହିଥିଲା ଯାହାକି ଏହି ଜାନୁଆରୀ ମାସ ର ସର୍ବନିମ୍ନ ତାପମାତ୍ରା, ପୁଣି ହାଡ଼ ଭଙ୍ଗା ଶୀତ ର ଲହର । ଆଭ୍ୟନ୍ତରୀଣ ଅଞ୍ଚଳ ରେ ଏହାଠାରୁ ଆହୁରି କମ ତାପମାତ୍ରା ରହିଥିବା ଅନୁମାନ କରାଯାଉଛି । ହରଭଙ୍ଗା ବ୍ଲକ ର ଆଭ୍ୟନ୍ତରୀଣ ଅଞ୍ଚଳ ଯଥା- ହରଭଙ୍ଗା, କୁଶଙ୍ଗ, ତଳଗାଁ, ମାଧପୁର, ସାତଖଣ୍ଡ, ପଦ୍ମତୋଳା, ସଙ୍କୁଲୋଇ, କରଂଜକଟା, ବାଣିଭୂଷଣ ପୁର, ପୁରୁଣା କଟକ, ତିଲେଶ୍ୱର, ରାମଗଡ, ଧଳପୁର ଆଦି ଅଞ୍ଚଳରେ ଶୀତ ର ପ୍ରକୋପ ବୃଦ୍ଧି ପାଇବାକୁ ଲାଗିଛି । ପାରଦ ତଳକୁ ଖସୁଥିବାରୁ ହାଡ଼ ଭଙ୍ଗା ଜାଡ ଅନୁଭୂତ ହୋଉଛି । ଦିନ ୧୦ ଟା ପର୍ଯ୍ୟନ୍ତ ଶୀତ ଛାଡୁନାହିଁ । ସକାଳୁ ଘରୁ ବାହାରକୁ ବାହାରି ହେଉନାହିଁ ।

ସନ୍ଧ୍ୟା ୫ଟା ହୋଇଗଲେ ଶୀତ ର ପ୍ରଭାବ ଆରମ୍ଭ ହୋଇଯାଉଛି । ଦିନ ତମାମ କୋହଲା ପବନ ବୋହୁଛି । ପ୍ରବଳ ଶୀତ ଯୋଗୁଁ ଶ୍ରମିକ ମାନେ କାମକୁ ଠିକଭାବେ ଯାଇ ନ ପାରି ବହୁ ସମସ୍ୟା ର ସମୁଖୀନ ହେଉଛନ୍ତି । ଶୀତରୁ ରକ୍ଷା ପାଇବା ପାଈଁ କିଏ ନିଆଁ ର ସାହାରା ନେଉଛି ତ ଆଉ କିଏ ସକାଳୁ ପ୍ରାତଃ ଭ୍ରମଣ କରୁଛନ୍ତି ।