କଂଗ୍ରେସ ର ଶତାଧିକ କର୍ମୀ ବିଜେଡ଼ିରେ ଯୋଗ ଦେଲେ

0
276
କଂଗ୍ରେସ ର ଶତାଧିକ

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, (୩୧/୧) : ବୁଡୁରୁକିଆ ପଂଚାୟତ ର ମାଣିଙ୍ଗକୁଟୀ ର କଂଗ୍ରେସ ର ଶତାଧିକ କର୍ମୀ ବିଜେଡ଼ି ର ମିଶ୍ରଣ ପର୍ବରେ ଦଳ ସାମିଲ ହୋଇଛନ୍ତି |

ବାଲିଗୁଡା ବିଜେଡ଼ି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱ ରେ ବୁଡୁରୁକିଆ ପଂଚାୟତ ର ମାଣିଙ୍ଗକୁଟୀ ର ତିନି ନମ୍ବର ୱାର୍ଡ ର କଂଗ୍ରେସ ର ଶତାଧିକ କର୍ମୀ (ତିନି ଶହ ରୁ ଉର୍ଧ୍ଵ ଲୋକ) ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି | ବିଜେଡ଼ି ଦଳ ର ବିକାଶ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ଙ୍କ ନିର୍ମଳ ଭାବମୂର୍ତ୍ତି ରେ ଅନୁପ୍ରାଣିତ ହୋଇ ବିଜେଡ଼ି ଦଳ ରେ ସାମିଲ ହୋଇଛନ୍ତି | ବିଜେଡ଼ି ଦଳ ରେ ଯୋଗ ଦେଇଥିବା ଶତାଧିକ ଲୋକ ବିଜେଡ଼ି ସରକାର ଙ୍କ ମମତା ଯୋଜନା ରୁ ହରିଶ୍ଚନ୍ଦ୍ର ଯୋଜନା ର ସୁଫଳ ଲୋକ ମାନଙ୍କୁ ମିଳୁଛି ସେଥିପାଇଁ ଦଳ ରେ ସାମିଲ ହୋଇ ଥିବା କହିଛନ୍ତି |

ଏହି ମିଶ୍ରଣ କାର୍ଯ୍ୟକ୍ରମ ରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର,ବିଜେଡ଼ି ବ୍ଲକ ସଭାପତି ଟୁନା ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଲୋକ ନାଥ ପାଢ଼ୀ, ବିଜେଡ଼ି କର୍ମୀ ଜଗନା ମଳିକ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ |