କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ୧୬ ଟି ଦଳ ଅଂଶଗ୍ରହଣ ରେ ଅନୁଷ୍ଠିତ ମ୍ୟାଚ

0
126
କ୍ରିକେଟ ଟୁର୍ଣ୍ଣାମେଣ୍ଟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/କଣ୍ଟାବାଞ୍ଜି, ତା (୦୨/୦୨) : (ଜ,ପ୍ର) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କର୍ଲାମାଲ ଠାରେ ୯ମ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ମ୍ୟାଚରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଘୁନସର ଓ ବାଘଝରଣ ଦଳ ଫାଇନାଲ ମ୍ୟାଚ କୁ ବିଜୟ ହାସଲ କରିଥିଲେ ।

ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଖପ୍ରାଖୋଲ ୩ ନମ୍ବର ଜୋନ ର ଶ୍ରୀମତୀ ବୈଜୟନ୍ତୀ ସରାଫ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଧ୍ରୁବ ସରାଫ ଓ ସୁଖୀରାମ ସାଣ୍ଢ ଯୋଗ ଦେଇଥିଲେ । ବିଶ୍ୱଜିତ ନାଗ, ବାଳ ଗୋପାଳ ବାଗ, କ୍ଷେତ୍ର ବରିହା, ରୁପା ଭୋଇ, ସୁଶାନ୍ତ, କେଦାର, ପ୍ରଦୀପ, କିରଟି, ମୁକେଶ, ବିକାଶ, ହରିଚନ୍ଦ୍ର, ମାଜୟଦେବ, ମନୋଜ ଓ ନାରା କର୍ଲାମାଳ ର କ୍ରିକେଟ କ୍ଲବ ମଧ୍ୟ ଉପସ୍ଥିତ ଥିଲେ । ବାଘ ଝରଣ ଦଳ ର ଅମର ବାଗ ଫାଇନାଲରେ ବିଜୟ ଲାଭ କରିଥିଲେ । ବାଘଝରଣ ଦଳକୁ ୯୫୫୫ ଟଙ୍କା ସହ ଟ୍ରଫି ଓ ରନର୍ସ ଦଳ ଘୁନସର କୁ ୫୫୫୫ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲ ।