ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ ସଚେତନତା ରଥ ଶୁଭାରମ୍ଭ ଓ ଉଦଘାଟିତ

0
135
ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨/୨) : କୋରୋନା ର ତୃତୀୟ ଲହର ଓମିକ୍ରନ ର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇଛି ଅଗ୍ରଣି ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏକସନ ଏଡ଼ l

ଜିଲ୍ଲା ରେ କରୋନା ସଂକ୍ରମଣ କୁ ରୋକିବା ତଥା ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଏକସନ ଏଡ଼ ତରଫରୁ ଏକ ସଚେତନତା ରଥ ର ଆୟୋଜନ କରାଯାଇଛି l ଆଜି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଏହାକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି l ଏହି ଅବସରରେ ସେ କହିଛନ୍ତି ଯେ କରୋନା କୁ ପ୍ରତିହତ କରିବା ପାଇଁ ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ l

ଏହାଦ୍ୱାରା ଜନସାଧାରଣ ସଚେତନ ହେବା ସହିତ ପ୍ରତିଷେଧକ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିବେ l ଜିଲ୍ଲା ର ସମସ୍ତ ଯୋଗ୍ୟ ନରନାରୀ ଏବଂ ଯୁବବର୍ଗ କରୋନା ଟିକା ନେବା ନିତ୍ୟାନ୍ତ ଆବଶ୍ୟକ l ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ଛଅଟି ବ୍ଲକ ପରିକ୍ରମା କରିବ l ଏହି କାର୍ଯ୍ୟକ୍ରମ କୁ ସୋନପୁର ଓ ତରଭା ବ୍ଲକ ରେ ରେଆର, ବିନିକା ବ୍ଲକରେ ମହାନଦୀ ଯୁବ ସଂଗଠନ ଓ (H2O) ହେଲପ ଟୁ ଅଦର, ବୀରମହାରାଜପୁର ବ୍ଲକରେ ସିୟା ପରିବାର, ଉଲୁଣ୍ଡା ବ୍ଲକରେ ଯୁବ ମହାସଂଘ ଓ ଗ୍ରାମୋତ୍ଥlନ ଇତ୍ୟାଦି ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମସ୍ତ ପ୍ରକାର ସହାୟତା କରିବା ସହିତ ସଚେତନତା ସୃଷ୍ଟି କରିବା ନିମନ୍ତେ ସହଯୋଗ କରିବେ l

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ଥିବା ଏହି ସଚେତନତା ରଥ ର ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ରେଆର ସମ୍ପାଦକ ଅନଙ୍ଗ ନେଗୀ, ଏକସନ ଏଡ଼ ପ୍ରତିନିଧି ରାକେଶ ପ୍ରଧାନ, ଗ୍ରାମୋଥାନ ପ୍ରତିନିଧି ପ୍ରତାପ ପଧାନ, ସିୟା ସମ୍ପାଦକ ସୁଦାମ ଗାଈଗରିଆ ଏବଂ ରେଆର ଓ ଚାଇଲ୍ଡ ଲାଇନର ବିଭିନ୍ନ କର୍ମକର୍ତ୍ତାଗଣ ଓ ପ୍ରତିନିଧି ଉପସ୍ଥିତ ଥିଲେ l

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲା ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ମୃତ୍ୟୁ ଶୂନ ରହିଛି l