ଟ୍ରକ ଚାପା ରେ ଦୁଇ ଜଣ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ : ଟ୍ରକ ଡ୍ରାଇଭର ଫେରାର

0
132
ଟ୍ରକ ଚାପା ରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସିନ୍ଧେକେଲା, ତା(୨୧/୦୧) : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ନିକଟରେ ଇତି ମଧ୍ୟରେ ଟ୍ରକ ଚାପା ରେ ଦୁଇ ବାଇକ ଆରୋହି ଦୁର୍ଘଟଣା ଗ୍ରସ୍ତ ହୋଇ ଶୋଚନୀୟ ମୃତ୍ୟୁ ଘଟିଛି ।

ଜିଲ୍ଲା ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଧିନସ୍ତ- ଭବାନୀପାଟଣା – ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥ ର ଚାନ୍ଦୋତରା ଚାରିଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଛତିଶଗଡ଼ ରାଜ୍ୟ ର ଏକ ଟ୍ରକ ସିଜି ୦୪ ଏଲଏକ୍ସ ୨୫୫୧ ଓ ଏକ ସ୍କୁଟି ମୁହାଁମୁହିଁ ହେବା ଫଳରେ ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଜଣଙ୍କର ଟ୍ରକ ଚାପା ରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କିଛି ଦୂର ଛିଟିକି ପଡିଥିବା ଦେଖାଯାଇଛି ।

ମୃତକଙ୍କ ପରିଚୟ ମିଳିଛି । ସେମାନେ ସିନ୍ଧେକେଲା ଥାନା ଦେଢ଼ଗାଁ ଗାଁ ର ଯୁବରାଜ ଥପା ଓ କରୁଣାକର ଥପା ବୋଲି ଜଣାପଡିଛି । ଟ୍ରକ୍ ଡ୍ରାଇଭର ଫେରାର ଥିବା ବେଳେ ସିନ୍ଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଥାନାକୁ ଆଣି ଘଟଣା ସଂପର୍କରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି ।