ବୌଦ୍ଧ ଜିଲ୍ଲା ତଳଗାଁରେ ମେଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
210

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,ହରଭଙ୍ଗା,(୨୫/୭) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଉପାନ୍ତ ବଣପାହାଡଘେରା ଘେରା ତଳ ଗାଁ, ପଂଚାୟତ ରହିଛି ୪୨ଟି ଛୋଟ ବଡଗ୍ରାମ ହେଲେ ଏଠାରେ ମ୍ୟାଲେରିଆ ର ପ୍ରାଦୁର୍ଭାବ ଯଥେଷ୍ଟ ବୃଦ୍ଧି ପାଉଛି ।

ଏହାର ମୁଖ୍ୟ କାରଣ,ଜଙ୍ଗଲି ଅଞ୍ଚଳ ତଥା ଏଠି ବିଶୁଦ୍ଧ ଜଳ ମୁନ୍ଦିଏ ମିଳିବା କଷ୍ଟକର । ବୌଦ୍ଧ ଜିଲ୍ଲା ର ନିରିହ, ଆଦିବାସି ହରିଜନ, ଗରିବ ପଛୁଆବର୍ଗର ଜନସାଧାରଣ ବସବାସ କରୁଥିବା ବେଳେ ବଣପାହାଡର ଝରଣା ପାଣି ନାଳନର୍ଦ୍ଦମା ର ଗୋଳିଆ ପାଣିକୁ ବ୍ୟବହାର କରି ମ୍ୟାଲେରିଆ ରେ ଆକ୍ରାନ୍ତ ହେଉଥିବାର ନଜରକୁ ଆସିଛି ।

ଗତ କିଛିଦିନ ତଳେ ୬ଟି ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତ ନମୁନା ପରୀକ୍ଷା କରି ପ୍ରାୟ ଶହେରୁ ଅଧିକ ପୋଜିଟିଭ ବାହାରିବାପରେ ଜିଲ୍ଲା ପ୍ରଶାସନ ର ତତ୍ପରତା ବଢି ଯାଇଛି । ଆକଳନରୁ ଜଣାଯାଏ କି ମ୍ୟାଲେରିଆ ହେବା ଦ୍ୱାରା ପ୍ରତିବର୍ଷ ବହୁ ଧନଜୀବନ ଚାଲିଯାଉଛି ।

ଏ ପରିପ୍ରେକ୍ଷୀରେ ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ମଦନ ମୋହନ ପ୍ରଧାନଂକ, ନେତ୍ରୂତରେ ମ୍ୟାଲେରିଆ କନଭରଟ ଶ୍ବାତିକୁମାରୀ, ଡାକ୍ତର ଶ୍ରୀ ସୁମନ୍ତ ସ୍ବାଇଁ, ଫାରମାସିଷ୍ଟ କାମାକ୍ଷା ପ୍ରସାଦ ସାହୁ ,ଏଏନ୍ଏମ୍ ସତ୍ୟଭାମା ସେଠି, ପୁରୁଷ ସ୍ୱାସ୍ଥ୍ୟକର୍ମୀ ବୀରେନ୍ଦ୍ର କହଁର, ଇଶ୍ବର ବେହେରା, ବିନା ବେତନରେ ଦୀର୍ଘ୩୦ ବର୍ଷ ହେଲା ବିଭିନ୍ନ, ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ଭଲିଣ୍ଟାରୀ ସ୍ୱାସ୍ଥ୍ୟକର୍ମୀ ଶ୍ରୀ ଅଚୁତାନନ୍ଦମିଶ୍ର, ଓ ସମସ୍ତ, ଅଂଗନବାଡି କର୍ମୀ, ଆଶାକର୍ମୀ ଉପସ୍ତିତରହି ବଡଭୁର୍ତା, ସାନଭୂର୍ତା, କଣ୍ଟିସର, ଡମକୋଚ୍ର, ଗ୍ରାମ ମାନଂକୁ ଯାଇ ରାତ୍ରୀ ସମୟରେ ଘରଘର ବୁଲି, ପୁରୁଣା ମଶାରୀ ବାହରକରି , ନୁତନ ମଶାରୀ ବଣ୍ଟନ ତଥା ମଶାରୀ ଟାଙ୍ଗି ଶୋଇବା ପାଇଁ ବୁଝାଇ ସଚେତନ କରିଥିଲେ ।

ପାଲା ମାଧ୍ୟରେ ସଚେତନ କରା ଯାଇଥିଲା, ତଳ ଗାଁ ରୁ ସଂପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ ଅଞ୍ଚଳ କରାଯିବ ବୋଲି ଡାକ୍ତର ଶ୍ରୀ ସ୍ବାଇଁ କହିଛନ୍ତି ।