୮ ପେଟି ନକଲି ବିଦେଶୀ ମଦ ଜବତ : ଜଣେ ଗିରଫ

0
213
୮ ପେଟି ନକଲି

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୭/୦୨) : ଗଜପତି ଏସ ପି ଜୟରାମ ଶତପଥୀ ଓ ଏସ ଡି ପି ଓ ରାମକୃଷ୍ଣ ପତିଙ୍କ ନିର୍ଦ୍ଧେଶ କ୍ରମେ କାଶୀନଗର ପୋଲିସ ବ୍ଲକିଂ କରୁଥିବା ବେଳେ ୮ ପେଟି ନକଲି ବିଦେଶୀ ମଦ ଜବତ କରିଛି ।

କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ସୂଚନା ମୁତାବକ କାଶୀନଗର ଥାନା ପୋଲିସ୍ ନିର୍ବାଚନ ପାଇଁ ବ୍ଲୋକିଂ କରୁଥିବା ବେଳେ ପୁଲିଗୁମ୍ମି ଠାରେ ଜଣେ ବ୍ୟକ୍ତି ନିମଲପୁରି ସଞ୍ଜୟ କୁମାର (୩୧) ପି ମନ୍ମଧା ରାଓ ଗ୍ରାମ ବନ୍ଧୁ ଗୁଡାରେ ଏକ ବାଇକ୍ ଯୋଗେ କିଛି ଜରୀ ପ୍ୟାକେଟରେ MC whishky, Imperial Blue ନାମକ ୮ ପେଟି ନକଲି ବିଦେଶୀ ମଦ ମୋଟର ସାଇକେଲ OD 181946ଯୋଗେ ପ୍ରାୟ ୩୨୫ ଟି ବୋତଲ ଜବତ କରି ଏକ ମକଦ୍ଦମା ରୁଜୁ କରିଛି |

ଗିରଫ ଆସାମୀ କୁ କୋର୍ଟ ଚାଲାଣ କରି ମୋଟର ସାଇକେଲ ଜବତ କରିଛି ବୋଲି ଏକ ପ୍ରେସ ନୋଟ ମାଧ୍ୟମରେ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଆସାମୀ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ର ଧାରା ୨୭୨, ୨୭୩, ୪୨୦, ୪୮୩ ଟ୍ରେଡ ମାର୍କ ଏକଟ ୫୨, ଓଡ଼ିଶା ଅବକାରୀ ଆଇନ ୫୫ ଧାରାରେ ଆସାମୀ କୁ ଗିରଫ କରାଯାଇଛି । ବର୍ତ୍ତମାନ ନିର୍ବାଚନ ଥିବାରୁ ଏଭଳି କାରବାର ବୃଦ୍ଧି ପାଇବ । ଏଣୁ ପୋଲିସ ତରଫରୁ ଆହୁରି ପିକେଟିଂ ଆବଶ୍ୟକ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।