କାଶୀନଗର ନାଗରିକ ଫୋରମ୍ ର ବୈଠକ

0
191
କାଶୀନଗର ନାଗରିକ ଫୋରମ୍

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୨) : ଆଜି ସନ୍ଧ୍ୟା ୬ ଟା ରେ କାଶୀନଗର ନାଗରିକ ଫୋରମ୍ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୩ ବର୍ଷ ତଳେ କାଶୀନଗର ଓ ବ୍ଲକ ଅଞ୍ଚଳ ର ବିଭିନ୍ନ ସମସ୍ୟା କୁ ଉଠାଇବା ଓ ତାହାର ସମାଧାନ କରିବା ପାଇଁ ଏହି ଫୋରମ୍ ଗଠିତ ହୋଇଥିଲା ।

ଆଜି ର ବୈଠକ ରେ କାଶୀନଗର ନାଗରିକ ଫୋରମ୍ ର ସଭାପତି ଭାବେ ପ୍ରଶାନ୍ତ ମିଶ୍ର, ସମ୍ପାଦକ କେ. ରାମାରାଓ, ଆବାହକ ହୃଷୀକେଶ ଗୌଡ, ପୂର୍ବତନ ପୌର ଅଧ୍ୟକ୍ଷା ଏମ୍. ସୁଧା ରାଣୀ, ପୂର୍ବତନ କାଉନସିଲର ଏମ୍. ପ୍ରବୀଣ କୁମାର ଓ ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । କାଶୀନଗର ସହର ର ସ୍ଵିରେଜ୍ ବ୍ୟବସ୍ଥା ପୁନରୁଦ୍ଧାର, ବିଭିନ୍ନ ସାହି, ବସ୍ତି ଓ ଛକ ରେ ସୂଚନା ଫଳକ ଲଗାଇବା, ପଟେଲ ରୋଡ ର ପ୍ରଶସ୍ତି କରଣ ଇତ୍ୟାଦି ଦାବୀ ପୁରାଣ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା ।