ସମିତି ସଭ୍ୟା ପ୍ରାର୍ଥୀନୀ ଙ୍କ ସ୍ୱାମୀଙ୍କୁ ଅପହରଣ ଅଭିଯୋଗ

0
167
ସମିତି ସଭ୍ୟ ପ୍ରାର୍ଥୀନୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (7/2) : ବିନିକା ବ୍ଲକ ମହାଦେବପାଲି ପଞ୍ଚାୟତ ର ସମିତି ସଭ୍ୟା ପ୍ରାର୍ଥୀନୀ ମୀନା ଦେହେରୀଙ୍କ ସ୍ୱାମୀ ରାଜେଶ ଦେହେରୀଙ୍କୁ ଅପହରଣ ଅଭିଯୋଗ ନେଇ ବିନିକା ଥାନାରେ ମୀନା ଦେହେରୀ ଲିଖିତ ଅଭିଯୋଗ କରିଛନ୍ତି ।

ଆଜି ବିନିକା ବ୍ଲକ ସକମା ଗାଁ କୁ ପ୍ରଚାରରେ ଯାଇଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । ଏଇ ସମୟରେ ସୁରେଶ ପୂଜାରୀ ନାମକ ବ୍ୟକ୍ତି ଜୀବନରେ ମାରି ଦେବାକୁ ଧମକ ଦେବା ସହ ଦଶ ବାର ଜଣ ସମର୍ଥକ ଆସି ସକମା ଗାଁ ମନ୍ଦିର ସାମନାରେ ରାଜେଶ ଙ୍କୁ ଉଠାଇ ନେଇଥିବା ବେଳେ ମୀନାଙ୍କୁ ଗାଳି ଗୁଲଜ କରିବା ସହିତ ଠିକ ବ୍ୟବହାର କରି ନ ଥିବା ବିନିକା ଥାନାରେ ଅଭିଯୋଗ କରିଛନ୍ତି ସମିତି ସଭ୍ୟା ପ୍ରାର୍ଥୀନୀ ମୀନା ଦେହେରୀ । ବିନିକା ପୁଲିସ ଅଭିଯୋଗ କୁ ଗ୍ରହଣ କରି ଏକ ମାମଲା ରୁଜୁ କରି ଗାଁ କୁ ଯାଇ ଘଟଣାର ତଦନ୍ତ ଜାରିରଖି ଥିବା ଜଣାପଡ଼ିଛି ।