ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୫/୧୨) : ବିନିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି, ବିନିକା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୮ ତମ ଜନ୍ମଜୟନ୍ତୀ ଓ ସୁଶାସନ ଦିବସ ପାଳନ କରାଯାଇଛି ।
ନଗର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସେଠୀ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ବାଜପେୟୀଙ୍କ ୯୮ ତମ ଜନ୍ମଜୟନ୍ତୀ ଓ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାକୁର, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ଵମ୍ଭର ମିଶ୍ର, ଉପସଭାପତି ଅଶୋକ ପୃଷ୍ଟି, ଜିଲ୍ଲାପରିଷଦ ସଭ୍ୟ ସୁଶାନ୍ତ ପଣ୍ଡା, ଚରଦେଇ ମଣ୍ଡଳ ସଭାପତି ବିଶ୍ଵଦେଵ ବଡ଼ପଣ୍ଡା, ସାଧାରଣ ସମ୍ପାଦକ ଉଦ୍ଧବ ମହାକୁର, ନଗର ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ମହାଳିଙ୍ଗ, ମେଘଲା ମଣ୍ଡଳ ସାଧାରଣ ସମ୍ପାଦକ ଶାନ୍ତନୁ କୁମାର ମେଲ୍ଲୀ, ନଗର ଯୁବମୋର୍ଚା ସଭାପତି ଭୁବନେଶ୍ୱର ପାତ୍ର ପ୍ରମୁଖ ଯୋଗଦେଇ ବାଜପେୟୀଜୀ ଙ୍କ ଜୀବନୀ ଏବଂ ସୁଶାସନ ଦିବସ ପାଳନ ର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ।