ଭୋଟ ବର୍ଜନ କଲେ ସାଲମା ଗୋଠ ସମଳେଇ ବସ୍ତି ବାସିନ୍ଦା

0
148
ଭୋଟ ବର୍ଜନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୭/୨) : ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ପଞ୍ଚାୟତ ୱାର୍ଡ ନମ୍ୱର ୫ ର ବିଶାଳପାଳି ଗ୍ରାମ ର ସମଲେଇ ପଡା ବା ଫେକ୍ଟ୍ରି ପଡା ର ବସ୍ତି ବାସିନ୍ଦା ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ।WhatsApp Image 2022 02 08 at 11.23.15 AM ଭୋଟ ବର୍ଜନ କଲେ ସାଲମା ଗୋଠ ସମଳେଇ ବସ୍ତି ବାସିନ୍ଦା

ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ କୁ ଆସି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଭୋଟ ବର୍ଜନ ନିଷ୍ପତି ନେଇ ଲିଖିତ ଆକାରରେ ଏକ ଦସ୍ତଖତ ଲିଖିତ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଉକ୍ତ ବସ୍ତି ବାସିନ୍ଦା ଦୀର୍ଘ ୩୫ ବର୍ଷ ହେବ ସେଠାରେ ବସବାସ କରୁଥିଲେ ହେଁ ସରକାରଙ୍କ ଦ୍ୱାରା ଅବହେଳିତ ହୋଇ ମୌଳିକ ସୁବିଧା ରୁ ବଞ୍ଚିତ । ବାରମ୍ବାର ନିର୍ବାଚନ ସମୟରେ ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ ହାତଉ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ପାଣି ର ଗାର ହେଉଛି ।

ଆଜି ଏଣୁ ପଡା ବାସୀ ବିନିକା ବ୍ଲକ କୁ ଆସି ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଲିଖିତ ଆକାରରେ ତାଙ୍କର ଦସ୍ତଖତ ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।