ସ୍ୱାଧୀନତା ସଂଗ୍ରାମୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ଜୟନ୍ତୀ ପାଳିତ

0
180
ସ୍ୱାଧୀନତା ସଂଗ୍ରାମୀ କୁନ୍ତଳା

ରିପୋର୍ଟ : ରାମନାଥ ଗନ୍ତାୟତ //
ଭୁବନେଶ୍ୱର, (୦୮/୦୨) : ଆଜିର ସେହି ଦିନ ଅର୍ଥାତ ୧୯୦୧ ମସିହା ଫେବୃଆରି ୮ ତାରିଖରେ ବସ୍ତର ରାଜ୍ୟ (ବର୍ତ୍ତମାନ ର ଛତିଶଗଡ଼ ର ବସ୍ତର ଜିଲ୍ଲା) ଜଗଦଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ସ୍ୱାଧୀନତା ସଂଗ୍ରାମୀ କୁନ୍ତଳା କୁମାରୀ ସାବତ ।

ସ୍ୱାଧୀନତା ସଂଗ୍ରାମୀ କୁନ୍ତଳା କୁମାରୀ ସାବତ ଙ୍କ ପିତାଙ୍କ ନାମ ଥିଲା ଡାନିଏଲ ସାବତ । ସେ ପେଶାରେ ଜଣେ ଡାକ୍ତର ଥିଲେ । ତାଙ୍କର ମାତାଙ୍କ ନାମ ମୋନିକା ସାବତ ଥିଲା । ତାଙ୍କ ପିତାମହ ପୁରୀ ଜିଲ୍ଲା ର ଦାଣ୍ଡମୁକୁନ୍ଦପୁର ର ବାସିନ୍ଦା ଥିଲେ । କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲ୍ଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ।

ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ । ସେଠାରେ ତାଙ୍କ ପିତା ପୁନର୍ବିବାହ କରିବାରୁ ସେ ନିଜ ମାତାଙ୍କ ସହ ଓଡ଼ିଶା କୁ ଫେରି ଆସିଥିଲେ । କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ ।

ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନ ର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶା ର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତି ଦ୍ୱାରା “ଉତ୍କଳ ଭାରତୀ” ଉପାଧୀରେ ସମ୍ମାନୀତ କରାଯାଇଥିଲା ।

ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଆଜି ସେହି ପୁଣ୍ୟାତ୍ମାଙ୍କର ଜନ୍ମ ଜୟନ୍ତୀକୁ ମନେ ପକାଇବା ସହିତ ସେହି ମହାନ୍ ଆତ୍ମାକୁ ଭକ୍ତି ପୂତ ଷ୍ରଧାଞଳୀ ସହିତ କୋଟି କୋଟି ପ୍ରଣାମ ଜଣାଉଛି ଓଡିଶା ନ୍ୟୁଜ୨୪ ।