ତୃତୀୟ ମହାନଦୀ ମହୋତ୍ସବ ଅନୁଷ୍ଠିତ

0
130
ତୃତୀୟ ମହାନଦୀ ମହୋତ୍ସବ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବୌଦ୍ଧ, (୦୮/୦୨) : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ତେଲିବନ୍ଧ ଗ୍ରାମ ପଞ୍ଚାୟତ ର ରାମପୁର ସୁବର୍ଣ୍ଣପୁର ମହାନଦୀ ମଧ୍ୟ ଭାଗରେ ମାଘ ମାସ ତିଳ ସପ୍ତମୀ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ତଥା ତୃତୀୟ ମହାନଦୀ ମହୋତ୍ସବ ଶୁଣାରିବେନି ମଠ ର ମହନ୍ତ ତ୍ୟାଗୀ ବୁନୁ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l

ଏହି ତୃତୀୟ ମହାନଦୀ ମହୋତ୍ସବ ର ମୂଳ ଲକ୍ଷ୍ୟ ହେଉଛି ମହାନଦୀ ର ସୁରକ୍ଷା ଓ ସ୍ୱଚ୍ଛ ମହାନଦୀ ଅଭିଯାନ ତଥା ମହାନଦୀ କୂଳରେ ବନି କରଣ l ଏହି କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ ପାତ୍ର ନାଏକ ଓ ତାଙ୍କ ସହଧର୍ମିଣୀ ସୁମିତ୍ରା ନାଏକ, ପୂଜକ ଭାବରେ ପ୍ରଭଞ୍ଜନ ରଥ କାର୍ଯ୍ୟ ତୁଲାଇଥିଲେ l ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ଭାବରେ ହରିହର ପ୍ରଧାନ, ସିନ୍ନିବାସ ପ୍ରଧାନ, ପ୍ରଭାତ ଚନ୍ଦ୍ର ପ୍ରଧାନ, ପ୍ରଦୀପ ମହାକୁଡ଼, ନିଧି ନାଏକ,ଗୋବିନ୍ଦ ବଗର୍ତି, ମୋହନ ମହାକୁଡ଼, ଦିଲ୍ଲୀପ ବାଘ, ବିଶ୍ୱଜିତ ନାଏକ, ରୁଦ୍ରାକ୍ଷ ନାଏକ, ସିକୁନ ପ୍ରଧାନ, ଲିମନ ମହାକୁଡ଼, ଶ୍ରୀବତ୍ସ ପ୍ରଧାନ ଆଦି ସହଯୋଗ କରିଥିଲେ l ଏହି ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l